ଜଣାପଡିଲା ସୁଭଦ୍ରାର ଶେଷ ତାରିଖ… 1 ଟଙ୍କା ନ ମିଳିଥିଲେ ଆସିବନି କି ସୁଭଦ୍ରା ଟଙ୍କା ?

 ଜଣାପଡିଲା ସୁଭଦ୍ରାର ଶେଷ ତାରିଖ… 1 ଟଙ୍କା ନ ମିଳିଥିଲେ ଆସିବନି କି ସୁଭଦ୍ରା ଟଙ୍କା ?

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେଲା । ପରୀକ୍ଷାମୂଳକ ଭାବେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି 1 ଟଙ୍କା । 60 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରି ସାରିଛନ୍ତି ।  ଏବଂ ଗତକାଲି ସମସ୍ତଙ୍କ ଆକାଉଣ୍ଟକୁ ପଠାଯାଇଛି ଏକ ଟଙ୍କା । ତେବେ ଯେଉଁମାନେ ପାଇନାହାନ୍ତି ସୁଭଦ୍ରା ଟଙ୍କା ସେମାନେ ଏହି ଭିଡିଓ ଟିକୁ ଭଲ କରି ଦେଖନ୍ତୁ । କେବେ ପାଇବେ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନା ଆବେଦନ କରିବାର ଶେଷ ତାରିଖ କେବେ ? ଏହିଭଳି ଅନେକ ପ୍ରଶ୍ନ ଏବେ ମହିଳା ମାନଙ୍କ ମନରେ ଉଙ୍କି ମାରୁଛି । ତେବେ ଯଦି ଆପଣଙ୍କ ଆକାଉଣ୍ଟକୁ ଆସି ନାହଁ ସୁଭଦ୍ରା ଟଙ୍କା ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସୂଚନା ଅନୁଯାୟୀ ଯେଉଁମାନଙ୍କ ଖାତାକୁ ଏକ ଟଙ୍କା ଆସିନାହିଁ  ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ । ଶେଷ ରେଜିଷ୍ଟ୍ରେସନ ପର୍ଯ୍ୟନ୍ତ ଓଡିଶାର ସମସ୍ତ ମହିଳା ତଥା ଯୋଗ୍ୟ ହିତାଧିକାରୀ ଏହି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ଏବଂ କେହି ଏଥିରୁ ବାଦ ପଡିବେ ନାହିଁ । 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଟଙ୍କା ଓଡିଶାର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଆସିବ । ପ୍ରଧାନମନ୍ତ୍ରୀ ଆସିବା ପରେ ସମସ୍ତଙ୍କ ଆକାଉଣ୍ଟକୁ ବାକି ଟଙ୍କା ପଠାଯିବ । 17 ତାରିଖ ପରେ ବି ରେଜିଷ୍ଟ୍ରେସନ ହୋଇଥିବା ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ । ଏବଂ ସୁଭଦ୍ରା ଯୋଜନାର କୌଣସି ଶେଷ ତାରିଖ ମଧ୍ୟ ନାହିଁ ବୋଲି ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

author

Related Articles

Leave a Reply

Your email address will not be published. Required fields are marked *