ଜନ୍ମଦିନରେ ଗାଁରେ ପହଞ୍ଚିଲେ ମନ୍ମଥ !

ଜନ୍ମଦିନରେ ଗାଁରେ ପହଞ୍ଚିଲେ ମନ୍ମଥ !

ପ୍ରଚାରରେ ମାତିଛନ୍ତି ମୋହନ . ଛଟପଟ ହେଲେଣି ଲୋକେ .ନବୀନ କହିଲେ ଯାଅ ଦେଖ .ନିଜ ଜନ୍ମଦିନରେ ମାଣ୍ଡିପଙ୍କ ଗାଁରେ ପହଂଚିଲେ ମନ୍ମଥ ରାଉତରାୟ .କ୍ୟାପଟେନ ମନ୍ମଥ ରାଉତରାୟ ତାଙ୍କ ଜନ୍ମଦିନରେ ସେଲବ୍ରେସନ ନକରି କନ୍ଧମାଳ ଜିଲ୍ଲା ବ୍ରହ୍ମଣିଗ୍ରାମ ଥାନା ମାଣ୍ଡିପଙ୍କା ଗ୍ରାମରେ ପୁରା ଦିନ ବିତେଇଛନ୍ତି .ବିଗତ ଦିନରେ କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି, ବ୍ରାହ୍ମଣିଗ୍ରାମ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଖାଦ୍ୟ ଅଭାବରେ ଆମ୍ବଟାକୁଆ ଯାଉ ଖାଇବା ଦ୍ୱାରା ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଆଉ 6 ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖବର ପାଇ ତାଙ୍କ ପାଖରେ ପହଁଚିଛନ୍ତି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ . ସେ ସେଠାରେ ପହଁଚି ଲୋକମାନଙ୍କ ଠାରୁ ପ୍ରକୃତ ଘଟଣା କଣ ଜାଣିବା ସହିତ ତାଙ୍କୁ କିଛିଟା ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଛନ୍ତି .

ତେବେ ସେଠାକାର ଲୋକଙ୍କ କହିବା ଅନୁସାରେ ଚାରିମାସ ହେଲା ଚାଉଳ ନମିଳିବାରୁ ଲୋକେ ଭୋକ ଉପାସରେ ମଲେ . ନେତା ମନ୍ତ୍ରୀଙ୍କ କାନ୍ଧମାଳ ଜିଲ୍ଲା ମାଣ୍ଡିଆପଙ୍କ ଗାଁ କୁ ସୁଅ ଛୁଟୁଛି . ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାଟକୁ ଚାହିଁ ରହିଛନ୍ତି ଲୋକେ ହେଲେ ତାଙ୍କ ପାଦ ପଡୁନି .କୁହାଯାଉଛି ମୁଖ୍ୟମନ୍ତ୍ରୀ କୁଆଡେ ଝାରଖଣ୍ଡ ରେ ଷ୍ଟାର ପ୍ରଚାରକ ହୋଇ ପ୍ରଚାର କରିବାକୁ ଯାଇଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *