ଜବରଦଖଲରୁ ମୁକ୍ତ ହେଲା ପୁରୀ ବଡ ଦାଣ୍ଡ

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଦ୍ୱାରା ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ଚାରିପଟକୁ ଜବରଦଖଲରୁ ମୁକ୍ତ କରାଯାଇଛି । ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ଉଠାଦୋକାନ ଗୁଡିକ ହଟାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ ଓସାରର ରାସ୍ତା ଏବେ ପୁରା ଦୃଶ୍ୟମାନ ହେଉଛି । ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲା । ପରେ ମାର୍କେଟ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ହଟାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *