ଜବାବ ଦାଖଲ କଲେ ବିଜେଡି ବିଧାୟକ ଅରୁଣ ସାହୁ । ନୟାଗଡ ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ମାମଲାରେ ଅରୁଣ ସାହୁ ଆଜି ହାଇକୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଏହା ସହ ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ଅରୁଣ । ତେବେ ନିର୍ବାଚନରେ ହାରିବା ପରେ ପ୍ରତିପକ୍ଷ ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ଅରୁଣଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅଭିଯୋଗ ଆଣିଥିଲେ । ଯାହାକୁ କେନ୍ଦ୍ର କରି ହାଇକୋର୍ଟଙ୍କ ପକ୍ଷରୁ ଅରୁଣଙ୍କୁ ଜବାବ ଦାଖଲ ନୋଟିସ ଜାରି କରାଯାଇଥିଲା । ଆଉ ଏବେ ଏହି ମାମଲାରେ ନିଜ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ । ଏବଂ ଏହି ମାମଲାର ପରବର୍ତୀ ଶୁଣାଣି ନଭେମ୍ବର ୨୮ ତାରିଖରେ ହେବା ନେଇ ସୂଚନା ମିଳିଛି ।
You can share this post!
author