ଜମୁଛି ପ୍ରଚାର ମଇଦାନରେ ମୋଦି

ଜମୁଛି ପ୍ରଚାର  ମଇଦାନରେ ମୋଦି

ମଇଦାନରେ ଯୋଦ୍ଧା ଆଜିଠୁ ଆରମ୍ଭ ହେବ ଜୋରଦାର ପ୍ରଚାର । ହଁ ଦର୍ଶକବନ୍ଧୁ ବିହାର ବିଧାନସଭା ନିର୍ବାଚନକୁ ମାତ୍ର ଦିନ କେଇଟାର ଅପେକ୍ଷା । ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ମେଣ୍ଟ ନିଜର ପ୍ରଚାର ପ୍ରସାର ପାଇଁ କେଉଁଭଳି ସମାବେଶ ଉପରେ ସମାବେଶ କରୁଥିଲେ ତାହା ତ ଆପଣମାନେ ଦେଖିଛନ୍ତି ଆଉ ଏବେ ନିର୍ବାଚନ ତାରିଖ ଘୋଷଣା ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ସରିଛି ଆଉ ଆଜିଠୁ ବିହାର ପ୍ରଚାର ମଇଦାନ ସରଗରମ ହେବ । ମହାଗଠବନ୍ଧନର ଆସନ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କେଁ ବିହାର ରାଜନୀତିରେ ନାନା ପ୍ରଶ୍ନ ସୃଷ୍ଟି କରିଥିଲା ଆଉ ଏବେ ଆସନ ଭାଗବଣ୍ଟା ଶେଷ ହେବା ସହିତ ଗତକାଲି ଆରଜେଡି ମଧ୍ୟ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଗତକାଲି ୧୪୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ରାଷ୍ଟ୍ରୀୟ ଜନତା ଦଳ । RJD ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶିତ ଏହି ତାଲିକାରେ ଯୁବପିଢ଼ି, ମହିଳା ଏବଂ ସଂଖ୍ୟାଲଘୁଙ୍କୁ ପ୍ରାଥମିକତା ଦିଆଯାଇଛି ଏଥର RJD ୧୮ଜଣ ସଂଖ୍ୟାଲଘୁ ପ୍ରାର୍ଥୀ ଏବଂ ୨୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ଦଳ ଏହାକୁ ସାମାଜିକ ସଦଭାବ ଏବଂ ପ୍ରତିନିଧିତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରିଛି ।

 

ପୂର୍ବରୁ ବିଜେପି ଓ ଜେଡିୟୁ ସମାନ ସାମନ ଆସନରେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ଘନ ଘନ ବିହାର ଯାଇ ପ୍ରଚାର କରିବା ସହିତ ପୁଣିଥରେ ଏନଡିଏ ସରକାର ଗଢିବ ବୋଲି ଆହ୍ୱାନ ଦେଉଛନ୍ତି । ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ କିଛିଦିନ ପରେ ଭୋଟ ପଡିବାକୁ ଯାଉଥିବା ବେଳେ କାହା ସପକ୍ଷରେ ଯିବ ବିହାରବାସୀଙ୍କ ଭୋଟ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *