ଜମ୍ମୁର ପୂର୍ବତମ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ଜମ୍ମୁର ପୂର୍ବତମ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ଆକ୍ସନ ମୋଡରେ ଇଡି । ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ମାମଲାରେ ଇଡିର ପଦକ୍ଷେପ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଆସୋସିଏସନର କିଛି କାର୍ଯ୍ୟକର୍ତ୍ତା ଏବଂ କିଛି ବ୍ୟକ୍ତିଗତ ଲୋକଙ୍କ ବ୍ୟାଙ୍କ ଆକାଉଁଟକୁ ଟଙ୍କା ପଠାଯାଇଥିଲା । ଆର୍ଥିକ କାରବାରରେ ଅନିୟମିତତାକୁ ନେଇ ଏହାର ତଦନ୍ତ କରୁଛି ଇଡି। ଶ୍ରୀନଗର ସ୍ଥିତ ଇଡିର କାର୍ଯ୍ୟାଳୟରେ ଫାରୁକଙ୍କୁ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାର ଚାର୍ଜସିଟରେ ଫାରୁକଙ୍କ ନାମ ରହିଥିଲା ।

author

Related Articles

Leave a Reply

Your email address will not be published. Required fields are marked *