ଜମ୍ମୁ କାଶ୍ମୀରରେ ଆଉ ଜଣେ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀରରେ ଆଉ ଜଣେ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀରରେ ଆଉ ଜଣେ ଆତଙ୍କବାଦୀ ସଫା । ପୁଲୱାମା ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ପୁଲୱାମାର ଆରିହଲ ଅଞ୍ଚଳର ନ୍ୟୁ କଲୋନୀରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ନିପାତ ଆତଙ୍କବାଦୀ କିଏ ଏବଂ କେଉଁ ଗୋଷ୍ଠୀର ତାହା ଜଣା ପଡିନାହିଁ ।ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜମ୍ମୁ କାଶ୍ମୀରର ରଜୌରୀରେ ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଦୁଇ ଜଣ କ୍ୟାପ୍ଟେନଙ୍କ ସମେତ ତିନି ଜଣ ଯବାନ ସହିଦ ହୋଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲୁଚିିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *