ଜଲୱା ଦେଖାଉଛନ୍ତି ଓଡିଆ ଖେଳାଳୀ

 ଜଲୱା ଦେଖାଉଛନ୍ତି ଓଡିଆ ଖେଳାଳୀ

କମାଲ ଉପରେ କମାଲ କରିଚାଲିଛନ୍ତି ଓଡିଆ ଖେଳାଳି । ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ 2024 ଶେଷ ଦିନରେ ଜଲୱା ଦେଖାଇଲେ ଓଡିଆ ଖେଳାଳି । ଶେଷଦିନରେ ୪ଟି ସ୍ୱର୍ଣ୍ଣ ପଦକ ସହିତ ଗୋଟିଏ କାଂସ୍ୟ ପଦକ ଜିଣିଲେ ଓଡିଆ ଖେଳାଳି । ଜାଭେଲିନ ଥ୍ରୋ ଓ ଦୌଡ ପ୍ରତିଯୋଗିତାର ୩ଟି ବର୍ଗରେ ଓଡିଆ ଖେଳାଲି ପଦକ ହାସଲ କରିଛନ୍ତି ।ଗୋଆର ପଣଜୀ ସହରର ଜିଏମସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ ତମ ନେସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜୟନ୍ତୀ ବେହେରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ଆଉ ଓଡିଆ ଝିଅ ସୁଚିତ୍ରା ପରିଡା ଜାଭେଲିନ ଏଫ-୫୫ ବର୍ଗରେ ୧୬ ଦଶମିକ ୯୯ ମିଟର ଫେପାଡି ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସୁଚିତ୍ରା ସମସ୍ତଙ୍କୁ ଚମକାଇ ପୂର୍ବରୁ ସାକ୍ଷୀ କସନାଙ୍କ ନାଁରେ ଥିବା ଜାଭେଲିନ ଥ୍ରୋ ରେକର୍ଡ ୧୪ ଦଶମିକ ୭୩ ମିଟର ରେକର୍ଡକୁ ଭାଙ୍ଗିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *