ଜଳନ୍ତା ଝରଣା

ଜଳନ୍ତା ଝରଣା

ନ୍ୟୁୟର୍କ:

ବିଶ୍ୱରେ ଏମିତି ଅନେକ ସ୍ଥାନ ଅଛି, ଯାହାକି ବେଶ ରହସ୍ୟମୟ ଏବଂ ପ୍ରକୃତିର ସେହିସବୁ ରହସ୍ୟକୁ ବିଜ୍ଞାନ ଭେଦ କରିପାରିନାହିଁ | ଏମିତି ଏକ ରହସ୍ୟମୟ ସ୍ଥାନ ଆମେରିକାର ନ୍ୟୁୟର୍କ ସହର ପାଖରେ ଅଛି | ନ୍ୟୁୟର୍କର ଜେଷ୍ଟନଟ ରିଜ ପାର୍କରେ ଏମିତି ଏକ ନିଆରା ଝରଣା ଅଛି, ଯେଉଁଠି ପାଣି ମଧ୍ୟରେ ନିଆଁ ଜଳୁଥାଏ | ଏହି ଝରଣାର ନାମ ହେଉଛି ‘ଇଣ୍ଟରନାଲ ଫ୍ଲେମ ଫ୍ଲସ’ | ଏଠାରେ ଝରଣାରେ ପାଣି ପଡିବ ସହିତ ଏକ ଅଗ୍ନିଶିଖା ଜଳୁଥାଏ | ବର୍ଷ ବର୍ଷ ଧରି ଏହି ଚମତ୍କାର ଏଠାରେ ଦେଖିବାକୁ ମିଳିଥାଏ | ସ୍ଥାନୀୟ ଲୋକମାନେ ଏହାକୁ ଅଲୌକିକ ବୋଲି କହୁଛନ୍ତି | କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ, ଏହି ନିଆଁ ସେତେବେଳେ ଲିଭିବ ଯେତେବେଳେ ପୃଥିବୀରେ ପ୍ରଳୟ ଆସିବ | ଏହି ନିଆରା ଝରଣାର ରହସ୍ୟ ପାଇଁ ବୈଜ୍ଞାନିକମାନେ ଅନେକ ଗବେଷଣା କରିଛନ୍ତି | ଇଣ୍ଡିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଝରଣା ମଧ୍ୟରେ ଥିବା ଗୁମ୍ଫାଗୁଡିକରେ ମିଥେନ ଗ୍ୟାସ ନିର୍ଗତ ହୋଇଥାଏ | କେହି ଜଣେ ବହୁ ବର୍ଷ ପୂର୍ବରୁ ଏଠାରେ ନିଆଁ ଲଗାଇ ଦେଇଥିଲେ | ସେବେଠାରୁ ଏଠାରେ ନିଆଁ ଜଳୁଛି | ତିନି ଦଶନ୍ଧି ପୂର୍ବରୁ ଏହି ନିଆଁ ଜଳିବା ଆରମ୍ଭ ହୋଇଥିଲା ବୋଲି କୁହାଯାଇଛି | ଏହି ଅଭୁତ ଦୃଶ୍ୟକୁ ପ୍ରତ୍ୟକ୍ଷ କରିବା ପାଇଁ ପ୍ରତିବର୍ଷ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |

author

Related Articles

Leave a Reply

Your email address will not be published. Required fields are marked *