ପାଣି ଆମ ଶରୀର ପାଇଁ କେତେ ଉପକାରୀ ତାହ ତ ସମସ୍ତେ ଜାଣନ୍ତି । ଏହା ବିଭିନ୍ନ ରୋଗ ଠାରୁ ଆମକୁ ଦୂରରେ ରଖିବା ସହ ଆମ ଶରୀରକୁ ହାଇଡ୍ରେଟ ରଖିଥାଏ । କିନ୍ତୁ ଅଧିକାଂଶ ପାଣିକୁ କିପରି ପିଇଲେ ଏହା ଆମ ଶରୀର ଉପରେ ସୁପ୍ରଭାବ ପକାଇବ ସେ ସମ୍ପର୍କରେ ଜାଣିନଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ ।
ଅତ୍ୟଧିକ ଶୋଷ ଲାଗିବା ସମୟରେ ଅଧିକାଂଶ ପାଣିକୁ ଏକାଥରକେ ପିଇଦିଅନ୍ତି । ଢକ ଢକ କରି ଅଧାରୁ ଏକ ଲିଟର ପ ଯ୍ୟନ୍ତ ପାଣି ପିଇଥାନ୍ତି । କିନ୍ତୁ ଏକାଥରକେ ଏତେ ପରିମାଣର ପାଣି ପିଇବା ଦ୍ଵାରା କିଡନୀ ଉପରେ ପ୍ରଭାବ ପଡ଼ିପାରେ । ଏହା କିଡନୀର ଏକକାଳୀନ କାର୍ୟ୍ୟ କରିବାରେ ଅସୁବିଧା ସୃଷ୍ଟି କରେ, ଯାହା ଫଳରେ ଏହାର କାର୍ୟ୍ୟଦକ୍ଷତା ପ୍ରଭାବିତ ହୁଏ ।
ସେହିପରି ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁବେଳେ କେବଳ ବରଫ ଥଣ୍ଡା ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଥଣ୍ଡା ପାଣି ପେଟରେ ଥିବା ଇଲେକ୍ଟ୍ରୋଲାଇଟ୍ସକୁ ନିଷ୍କ୍ରିୟ କରିପାରେ, ଯାହା ଫଳରେ ଏସିଡିଟି ଏବଂ ପେଟ ଫୁଲିଯାଏ। ଏହି ପାଣି ପିଇବା ଦ୍ୱାରା ରକ୍ତବାହୀ ନଳୀଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ପାଚନକ୍ରିୟାକୁ ପ୍ରଭାବିତ କରେ।
ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ଵାରା ପାଚନ କ୍ରିୟା ଧୀର ହୋଇପାରେ । ଏହା କରିବା ଦ୍ୱାରା ଖାଦ୍ୟ ହଜମ ହେବା କଷ୍ଟକର ହୋଇଯାଏ ଏବଂ ଆପଣ ପେଟରେ ଭାରୀ ଅନୁଭବ କରିପାରନ୍ତି । ଖାଇବାର ଅଧ ଘଣ୍ଟା ପୂର୍ବରୁ ଏବଂ ଖାଇବାର ୪୦ ମିନିଟ୍ ପରେ ପାଣି ପିଇବା ଉଚିତ।
ଶରୀରକୁ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପର୍ୟ୍ୟାପ୍ତ ପାଣି ଆବଶ୍ୟକ, କିନ୍ତୁ ଅତ୍ୟଧିକ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମ ସ୍ତର କମିଯାଏ, ଯାହାକୁ ହାଇପୋନାଟ୍ରେମିଆ ମଧ୍ୟ କୁହାଯାଏ । ଅତ୍ୟଧିକ ପାଣି ପିଇବା ଦ୍ଵାରା କିଡନୀ ଉପରେ ବହୁତ ଚାପ ପଡ଼େ ଏବଂ ଏହାକୁ କ୍ଷତି ପହଞ୍ଚାଏ ।
କିଛି ଲୋକ ଶୋଇବା ପୂର୍ବରୁ ପାଣି ପିଇଥାନ୍ତି । ଏହି ଅଭ୍ୟାସ ଠିକ୍ ନୁହେଁ । ଏହା କରିବା ଦ୍ୱାରା ଆପଣଙ୍କୁ ବାରମ୍ବାର ନିଦରୁ ଉଠି ୱାଶରୁମ ଯିବାକୁ ପଡିବ, ଏହି ଅବସ୍ଥା ଆପଣଙ୍କ ନିଦକୁ ପ୍ରଭାବିତ କରେ । ରାତିରେ କିଡନୀର କାମ କରିବା ମଧ୍ୟ ଧୀର ହୋଇଯାଏ, ତେଣୁ ବାରମ୍ବାର ପରିସ୍ରା ହେବା ଦ୍ଵାରା ଡିହାଇଡ୍ରେସନ ହୋଇପାରେ, ଯାହା କିଡନୀ ଷ୍ଟୋନର ସମସ୍ୟାକୁ ବଢ଼ାଇଥାଏ ।