ଜାଣନ୍ତୁ ଶୀତଦିନେ କିପରି ଚମକିବ ଆପଣଙ୍କ ତ୍ୱଚା

ଜାଣନ୍ତୁ ଶୀତଦିନେ କିପରି ଚମକିବ ଆପଣଙ୍କ ତ୍ୱଚା

ସାଧାରଣତଃ ଶୀତ ଦିନେ ଲୋକମାନଙ୍କର ତ୍ୱଚା ସମସ୍ୟା ଦେଖାଯାଇଥାଏ । ତେବେ ଶୀତଦିନ ଆସିବା ହେତୁ ଲୋକମାନେ କିପରି ତାଙ୍କର ତ୍ୱଚାର ଧ୍ୟାନ ରଖିବେ ସେଥିପ୍ରତି ଯତ୍ନବାନ ହେଉଛନ୍ତି ।  ବାୟୁ ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ ତା ମଧ୍ୟରୁ ଗୋଟିଏ ହେଲା ତ୍ୱଚା ଜନିତ ସମସ୍ୟା । ତେବେ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା କ’ଣ କରିବା ଦରକାର ?ଚାଲନ୍ତୁ ଜାଣିବା ତ୍ୱଚାକୁ ସୁନ୍ଦର ରଖିବା ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ସତେଜ ଫଳ ଖାଇବା ଆବଶ୍ୟକ,ଫଳମୂଳ ଖାଇବା ସହିତ ଖାଦ୍ୟରେ ପନିପରିବା ଖାଆନ୍ତୁ । ବାହାର ଖାଦ୍ୟ ଫାଷ୍ଟଫୁଡକୁ ଏ ସବୁକୁ ଅଣଦେଖା କରନ୍ତୁ । ପ୍ରଚୁର ପାଣି ପିଇବା ସହ ଅତ୍ୟଧିକ ଲୁଣ କି ଅତ୍ୟଧିକ ଚିନି ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ସୂର୍ଯ୍ୟ କିରଣରୁ ତ୍ୱଚାକୁ ଦୂରେଇ ରଖିବା ସହ ବାହାରକୁ ଯିବା ସମୟରେ ସନସ୍କ୍ରିନ ବା ଲୋସନ ଲଗାନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *