ଜାତୀୟ ପୁରସ୍କାର ପାଇଲା ଓଡିଆ ଚଳଚ୍ଚିତ୍ର ‘’ପ୍ରତୀକ୍ଷା’’

ଜାତୀୟ ପୁରସ୍କାର ପାଇଲା ଓଡିଆ ଚଳଚ୍ଚିତ୍ର ‘’ପ୍ରତୀକ୍ଷା’’

ଗତ କିଛି ବର୍ଷ ହେବ ଓଡିଶାରେ ଓଡିଆ ଚଳଚ୍ଚିତ୍ରର ଚାହିଦା କମିଯାଇଥିଲା କିନ୍ତୁ ବର୍ତ୍ତମାନ ଧୀରେ ଧୀରେ କରି ଓଡିଆ ଚଳଚ୍ଚିତ୍ରରେ ସୁଧାର ଆସୁଛି । 2022 ଡିସେମ୍ବର ରେ ପ୍ରତୀକ୍ଷା ସିନେମା ପରଦାକୁ ଆସିଥିଲା । ବାପା-ପୁଅଙ୍କ ସଂପର୍କକୁ ନେଇକି ପ୍ରସ୍ତୁତ ପ୍ରତୀକ୍ଷା ଚଳଚ୍ଚିତ୍ର । ଫିଲ୍ମରେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଓ ବର୍ଷାଙ୍କ ଆକର୍ଷଣୀୟ ଅଭିନୟ ଦେଖଣାହାରୀଙ୍କ ମନକୁ ଛୁଇଁଯାଇଥିଲା । ଗୌରହରୀ ଦାସଙ୍କ ଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରତୀକ୍ଷାର କାହାଣୀ ହୋଇଥିଲା। ମଧ୍ୟବିତ ପରିବାରରେ ରୋଜଗାରକୁ ନେଇ ଯୁବକଟିଏ କରୁଥିବା ସଂଘର୍ଷ ଏହି ଚଳଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥିଲା । ସେହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଛି । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ । ଏହି ସମ୍ମାନ ପାଇବା ପରେ ଓଡିଆ ସିନେମା ଜଗତରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *