ଜାନୁଆରୀ ୧୪ରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ

ଜାନୁଆରୀ ୧୪ରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ

ଜାନୁଆରୀ ୧୪ରୁ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ ଭାରତ ନ୍ୟାୟ ଯାତ୍ରା ଆରମ୍ଭ ହେବ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଯାତ୍ରାରେ ବାହାରିବେ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ନ୍ୟାୟ ଯାତ୍ରା ସମ୍ପର୍କରେ ଘୋଷଣା କରି ବେଣୁଗୋପାଳ କହିଛନ୍ତି, ପ୍ରଥମେ ଭାରତ ଯୋଡୋ ଯାତ୍ରାର ବିପୁଳ ଅନୁଭୂତିକୁ ସମ୍ବଳ କରି ଏଥର ରାହୁଲ ଗାନ୍ଧୀ ଆଉ ଏକ ଯାତ୍ରାରେ ବାହାରିବେ ।

ଏହି ଯାତ୍ରାରେ ରାହୁଲ ଗାନ୍ଧୀ, ଯୁବା, ମହିଳା ଏବଂ ବଞ୍ଚିତ ବର୍ଗଙ୍କ ସହିତ ଭାବ ଆଦାନପ୍ରଦାନ କରିବେ । ଜାନୁଆରୀ ୧୪ରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଅନୁକୂଳ କରାଇବେ। ଜନସାଧାରଣଙ୍କ ପ୍ରତି ଉନମୁକ୍ତ ରହିବା ଉଦ୍ଦେଶ୍ୟରେ ବସ ପରିବହନ ଜରିଆରେ ଭାରତ ନ୍ୟାୟ ଯାତ୍ରା ଚାଲିବ । ଅନେକ ଅଞ୍ଚଳରେ ପଦ ଯାତ୍ରା ବି କରାଯିବ । ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି ଜିଲ୍ଲା ଦେଇ ରାହୁଲ୍ ଗାନ୍ଧୀଙ୍କର ଏହି ଯାତ୍ରା ଚାଲିବ। ମଣିପୁର, ନାଗାଲାଣ୍ଡ୍, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟ ଦେଇ ‘ଭାରତ ନ୍ୟାୟ ଯାତ୍ରା’ ୬,୨୦୦ କିଲୋମିଟର୍ ଅତିକ୍ରମ କରିବ।

author

Related Articles

Leave a Reply

Your email address will not be published. Required fields are marked *