ଜାନୁଆରୀ ୨ରୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରୀ ୨ରୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ହାତରେ ଆଉ କମ୍ ସମୟ ରହିଛି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା।
ଚଳିତ ମାସ ୩୧ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପହଞ୍ଚିବ ଏସବୁ ସାମଗ୍ରୀ। ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ତାହାକୁ ଭଲ ଭାବେ ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତର ଖାତାରେ ତ୍ରୁଟି ରହିଥିବ, ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍ କରି ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖିଛି CHSE।


ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍ ସାମଗ୍ରୀକୁ ସେମାନେ ସାଇତି ରଖିବେ।୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ଅତି କମରେ ମାସେ ପର‌୍ୟ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବେ। ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ।

author

Related Articles

Leave a Reply

Your email address will not be published. Required fields are marked *