ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ

ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ

ଜୀବନ ନେଉଛି ଭୂମିକମ୍ପ । ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ଭୁମିକମ୍ପ ଯୋଗୁ ୪୮ ଘଣ୍ଟାରେ ୧୫୫ କମ୍ପନ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ନୂଆ ବର୍ଷରେ ୭.୬ ତୀବ୍ରତାରେ ଭୂମିକମ୍ପ ହୋଇଥିଲା। ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସାରା ଜାପାନକୁ ସ୍ୱବ୍ଧ କରି ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନରେ ୪୮ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସିକା-ୱାର ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସୁନାମୀର ପ୍ରଥମ ଲହର ଛୁଇଁ ସାରିଛି । ସୋମବାର ୧ ମିଟର ଉଚରେ ଆସୁଥିବା ଜାପାନ ଉପୂଳରେ ମାଡ ହୋଇଥିବା ସୂଚନା ମିଳିଛି । ଏମିତିକି ୫ ମିଟର ପର‌୍ୟ୍ୟନ୍ତ ପାଣିର ଜୁଆର ଉଠିବା ନେଇ ସତର୍କତା ଜାରି କରାଯାଇଛି । ଭୁମିକମ୍ପରୁ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ସମୂଦ୍ରରେ ୧ ମିଟର ଢେଉ ଆସିବାରୁ ଶତାଧିକ ଘର ଭସାଇ ନେଇଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *