ଜାରି ହେଲା ୭୫ ଟଙ୍କିଆ କଏନ

ଜାରି ହେଲା ୭୫ ଟଙ୍କିଆ କଏନ

ନୂଆଦିଲ୍ଲୀ:

ନୂଆ ସଂସଦ ନୂଆ କଏନ | କଏନେଜ୍‌ ରୁଲସ ୨୦୨୩ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ । ଏହାର ନିର୍ମାଣ ଟଙ୍କାଶାଳରେ କରାଯିବ । ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ମିଶ୍ରଣରେ ତିଆରି କରାଯିବ ୭୫ ଟଙ୍କିଆ କଏନ । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାଏ ନେଇ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦ ଭବନର ଚିତ୍ର ତଳେ ୨୦୨୩ ମଧ୍ୟ ଲେଖାଯିବ । ସମ୍ମୁଖ ପାର୍ଶ୍ବରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ ରହିବ । ତା ତଳକୁ ଥିବ ଦେବନଗରୀ ଲିପିରେ ଲିଖିତ ସତ୍ୟମେବ ଜୟତେ। ସେହିଭଳି ମୁଦ୍ରାର ବାମ ପଟକୁ ରହିବ ଦେବନଗରୀ ଲିପିରେ ଲିଖିତ ଶବ୍ଦ ଭାରତ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ଵରେ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ଇଣ୍ଡିଆ | ଜାତୀୟ ସଂକେତ ସିଂହ ତଳକୁ ଭାରତୀୟ ଟଙ୍କାର ସଂକେତ ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ଥିବା ୭୫ ଉଲ୍ଲେଖ କରାଯିବ |

author

Related Articles

Leave a Reply

Your email address will not be published. Required fields are marked *