ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ଦିନିକିଆ ରାୟଗଡା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ରାଜ୍ୟପାଳ । କୋରାପୁଟରୁ ସଡକପଥରେ ସଦର ବ୍ଲକ୍ ଗୁମ୍ମା ଗାଁ ଯାଇଥିଲେ ରାଜ୍ୟପାଳ । ସେଠାରେ ଲଳିତା ବିଡ଼ିକାଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ତାଙ୍କୁ ୨୫ ହଜାର ଟଙ୍କା ସହାୟତା ଦେଇଥିଲେ । ତିନିଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଡପାଡ଼ି ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ପିଲାଙ୍କ ସହିତ ଆଲୋଚନା କରିଥିଲେ । ପରେ ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପରେ ତାଦାମା ପଞ୍ଚାୟତ ଚିନ୍ତାଲିଗୁଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଦର୍ଶ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହିତ ଆଲୋଚନା ମଧ୍ୟ କରିଥଲେ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024