ଜିଲ୍ଲା ସର୍ବୋଦୟ ମଣ୍ଡଳର ଧ୍ୟାନ ଆକର୍ଷଣ ବିକ୍ଷୋଭ

ଜିଲ୍ଲା ସର୍ବୋଦୟ ମଣ୍ଡଳର ଧ୍ୟାନ ଆକର୍ଷଣ ବିକ୍ଷୋଭ

ରାୟଗଡା ସହରର ଗାନ୍ଧି ଆମୋଦ ପ୍ରମୋଦ ଉଦ୍ୟାନରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ତରଫରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଗତ ବର୍ଷ ଅଗଷ୍ଟ ମାସ 12 ତାରିଖ ଦିନରେ ଉତ୍ତର ପ୍ରଦେଶ ର ବାରାଣସୀ ଠାରେ ଅବସ୍ଥିତ ଗାନ୍ଧୀ ଆଶ୍ରମକୁ ସରକାର ଦ୍ଵାରା ଭାଙ୍ଗି ଉଚ୍ଛେଦ କରାଯାଇ ଥିଲା ଏହାର ଏକ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ସର୍ବୋଦୟ ମଣ୍ଡଳ ଏବଂ ରାୟଗଡା ଜିଲ୍ଲା ସର୍ବୋଦୟ ମଣ୍ଡଳ ସଦସ୍ୟ ମାନେ ଏହାର ପ୍ରତିବାଦରେ ଧ୍ୟାନ ଆକର୍ଷଣ ସଭା ଆୟୋଜିତ କରିଥିଲେ । ଉତ୍କଳ ସର୍ବୋଦୟ ସଦସ୍ୟ ଗୌରାଙ୍ଗ ରାଓ କହିବା ଅନୁଯାୟୀ ଯୋଗୁଁ ଯେ 1962 ମସିହାରେ ଭୁ ଦାନଯଜ୍ଞର ପୁରୋଧା ସ୍ବର୍ଗତ ସନ୍ଥ ବିନୋବା ଭାବେ, ଜନ ନାୟକ ଜୟପ୍ରକାଶ ନାରାୟଣ ଉପସ୍ଥିତି ଏବଂ ତତକାଳୀନ ରେଳ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀ ଏପରିକି ତତକାଳୀନ ମହାମହି ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ଉକ୍ତ ପରିସରେ ପ୍ରେସ ଓ ଇନ୍ଦିରା କଳା ନିକେତନ, କରେଟ ସ୍କୁଲ ଓ ଅନ୍ୟାନ୍ୟ ଅନୁଷ୍ଠାନ କୁ ଜବରଦସ୍ତି ବୁଲଡଜର ଲଗାଇ ଭାଙ୍ଗି ଦେଇଥିଲେ ଏହାକୁ ପ୍ରତିବାଦ କରି ସାରା ଜିଲ୍ଲା ସର୍ବଦୟ ପ୍ରତିନିଧି ମାନଙ୍କ ତରଫରୁ ପ୍ରତିବାଦ କରାଯାଉଛି ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳାର ସର୍ବୋଦୟ ସଦସ୍ୟ ମାନଙ୍କ ଦ୍ଵାରା ଗାନ୍ଧୀ ଆମୋଦ ପ୍ରମୋଦ ଉଦ୍ୟାନ ରେ ପ୍ରତିବାଦ ସଭା ଆୟୋଜିତ କରାଯାଇ ଥିଲା।

author

Related Articles

Leave a Reply

Your email address will not be published. Required fields are marked *