ଜୁନାଗଡକୁ କମ୍ ବ୍ୟାକ କରିବ ବିଜେପି !

ଜୁନାଗଡକୁ କମ୍ ବ୍ୟାକ କରିବ ବିଜେପି !

ଆଗାମୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଯୁଦ୍ଧକ୍ଷେତ୍ର । ମଇଦାନକୁ ଓହ୍ଲାଇବା ପାଇଁ ତିନି ଦଳର ଯୋଦ୍ଧା ମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ଅନେକ ବିଧାନସଭା ଆସନ ବିଜେଡିର ଗଡ ହୋଇ ହରିଛି ତା ମଧ୍ୟରୁ ଗୋଟିଏ ହେଲା ଜୁନାଗଡ ବିଧାନସଭା କ୍ଷେତ୍ର । ହଁ ଦର୍ଶକବନ୍ଧୁ ଜୁନାଗଡ ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଜୁ ଜନତା ଦଳର କେଳେଙ୍କାରୀ ନେତାଙ୍କ ତାଲିକାରେ ଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଲଗାତାର ଭାବେ ଦୁଇ ଦୁଇ ଥର ଜୁନାଗଡରୁ ହ୍ୟାଟ୍ରିକ କରିଆସୁଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ଘଟଣାକୁ ନେଇ ବିବାଦୀୟ ହୋଇଥିବା ଏହି ନେତାଙ୍କୁ ବିଜୁ ଜନତା ଦଳ ପୁଣିଥରେ ଭରସା କରିଛି ଏବଂ ଟିକେଟ ଦେଇଛି ।  ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟଧାରାକୁ ବଜାୟ ରଖିବା ପାଇଁ ନିଜର ଚେଷ୍ଟା ଚଳାଇଛନ୍ତି ଦିବ୍ୟଶଙ୍କର । ଅନ୍ୟପଟେ ବିଜେପି ଜୁନାଗଡରେ ପଦ୍ମ ଫୁଟାଇବା ପାଇଁ ମନୋଜ ମେହେରଙ୍କୁ ପ୍ରାର୍ଥୀ କରାଇଛି । ପୂର୍ବରୁ ଗୋଟିଏ ଥର ମନୋଜ, ବିଜେଡି ବିଧାୟକ ପ୍ରାର୍ଥୀ ଦିବ୍ୟଶଙ୍କରଙ୍କୁ ଟକ୍କର ଦେଇ ପରାଜୟ ହୋଇଥିଲେ  ଏବଂ ଏଥର ଦଳ ପୁଣିଥରେ ତାଙ୍କୁ ରିପିଟ କରାଇଛି । ବିଜେଡିର ବିଜୟ ଧାରାରେ ବ୍ରେକ ଲଗାଇବାକୁ ମନୋଜ ଅଙ୍କ କଶୁଛନ୍ତି । ସେପଟେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହିତ ନିଜେ 10 ବର୍ଷ ମଧ୍ୟରେ କରିଥିବା ବିକାଶକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର ଜୁନାଗଡର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି । ତେବେ ଉଭୟ ନେତାଙ୍କ ଟିକେଟ ମିଳିବା ପରେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଜୁନାଗଡର ରାଜନୈତିକ ଗଣିତ ? ମମିତା ମେହେର ଘଟଣାରେ ବିବାଦୀୟ ହୋଇଥିବା କ୍ୟାପଟେନଙ୍କୁ ପୁଣିଥରେ ଭରସା କରିପାରିବେ ତ ଜୁନାଗଡ ବାସୀ ? ଏଭଳି ଅନେକ କିଛି ଦ୍ୱନ୍ଦ ମଧ୍ୟରେ ଜିତିବା ଆସାରେ ପ୍ରଚାର ମଇଦାନରେ କ୍ୟାପଟେନ । ତେବେ କିଏ ମାରିବ ଜୁନାଗଡ ବାଜି ନା ପୁଣିଥରେ କମବ୍ୟାକ କରିବ ବିଜେପି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *