ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆଇନ

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆଇନ

ଭାରତୀୟ ଆଇନ ପ୍ରକ୍ରିୟାରେ ଲାଗୁହେବ ୩ଟି ନୂଆ ଅପରାଧିକ ଆଇନ । ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ପହିଲାରୁ ଲାଗୁ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କେନ୍ଦ୍ର ସରକାର ଫୌଜଧାରୀ ଆଇନରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ୧୮୬୦ ମସିହାର ଭାରତୀୟ ପିଙ୍ଗଳା କୋଡ ବା ଆଇପିସି କୁ ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା୨୦୨୩ ପ୍ରଣୟନ କରିଛନ୍ତି । ସେହିପରି ୧୯୭୩ର ଦଣ୍ଡବିଧି ପ୍ରକ୍ରିୟା ବା ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ୧୮୭୨ ମସିହାର ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରଣୟ କରିଛନ୍ତି । ଏହି ଆଇନ ଉପରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ମିଳିଛି । ଯାହାକୁ ଜୁଲାଇ ପହିଲାରୁ କାର୍ଯ୍ୟକାରୀ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *