ଜେଲରୁ ମୁକୁଳିଲେ ଆପ୍ ସାଂସଦ

ଜେଲରୁ ମୁକୁଳିଲେ ଆପ୍ ସାଂସଦ

ଆପ୍ ସାଂସଦଙ୍କୁ ମିଳିଲା ଆଶ୍ୱସ୍ତି । ଜେଲରୁ ମୁକୁଳିଲେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ୬ ମାସ ଜେଲରେ ରହିବା ପରେ ଆଜି ତାଙ୍କୁ ଜାମିନ୍ ମିଳିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୬ ମାସ ଜେଲ୍ରେ ରହିବା ପରେ ଶେଷରେ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ବିରୋଧ ନ କରବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ସଞ୍ଜୟ ସିଂଙ୍କୁ ଇଡି ୪ ଅକ୍ଟୋବର ୨୦୨୩ରେ ଗିରଫ କରିଥିଲା। ୩ ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ । କିନ୍ତୁ ଇଡି ଏହାକୁ ବିରୋଧ କରିଥିଲା । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଞ୍ଜୟ ସିଂ। ତେବେ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଇଡି ବିରୋଧ ନ କରିବାରୁ ଏବେ ସଞ୍ଜୟ ସିଂହଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *