ଜେଲରେ ବିବାହ ବାର୍ଷିକ ପାଳନ କଲେ ହେମନ୍ତ ସୋରେନ

ଜେଲରେ ବିବାହ ବାର୍ଷିକ ପାଳନ କଲେ ହେମନ୍ତ ସୋରେନ

ଜେଲରେ ବିବାହ ବାର୍ଷିକ ପାଳନ କଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଇଡି ହାଜତରେ ଥିବା ଅବସ୍ଥାରେ ସେ ତାଙ୍କ ପତ୍ନୀଙ୍କ ସହ ୧୮ତମ ବିବାହ ବାର୍ଷିକ ପାଳନ କରିଛନ୍ତି । ହେମନ୍ତଙ୍କ ପତ୍ନୀ ବୁଧବାର ସକାଳେ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ବିବାହ ବାର୍ଷିକ ପାଳନ କରିବା ଅବସରରେ କଳ୍ପନା ହେମନ୍ତଙ୍କ ନିକଟରେ ୩୦ ମିନିଟରୁ ଅଧିକ ସମୟ ରହିଥିଲେ ।ପ୍ରତିବର୍ଷ ହେମନ୍ତ ଓ କଳ୍ପନା ନିଜର ବିବାହ ବାର୍ଷିକକୁ ବେଶ୍ ଧୁମଧାମରେ ପାଳନ କରିଥାନ୍ତି । ହେଲେ ବିଡମ୍ବନାର ବିଷୟ ଚଳିତ ବର୍ଷ ଜେଲ ଭିତରେ ଥାଇ ହେମନ୍ତ ଏହି ଦିନକୁ ପାଳନ କରିଛନ୍ତି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରି ୫ ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଆଜି ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ଇଡି ଆଜି ହେମନ୍ତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *