ଜୋର ଧରୁଛି ଟଙ୍କାବଣ୍ଟା ରାଜନୀତି

ଜୋର ଧରୁଛି ଟଙ୍କାବଣ୍ଟା ରାଜନୀତି

ନିର୍ବାଚନ ପୂର୍ବରୁ ଯେତିକି ପ୍ରଚାର ମାହୋଲ ସରଗରମ ହେଉଛି ତାଠାରୁ ଅଧିକ ସରଗରମ ହେଉଛି ନିର୍ବାଚନ ପୂର୍ବରୁ ଟଙ୍କାବଣ୍ଟା ରାଜନୀତି । ଏପରି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ରାତିରୁ ଜଣକ ପିଛା ହଜାରେ ଟଙ୍କା ବଣ୍ଟା ଯାଉଥିବା ଛେଣ୍ଡିପଦା ସଭାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟି ଥିବା ଦୁର୍ବୃତ ଟଙ୍କା ବାଣ୍ଟୁଥିବା କହିଛନ୍ତି ଧର୍ମେନ୍ଦ୍ର । ବିରୋଧୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଭୋଟରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇଦେବେନି ବୋଲି ଭାବୁଛନ୍ତି । କିନ୍ତୁ ଭୋଟର ମନସ୍ଥ କରିଛନ୍ତି ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବେ । ଓଡିଶାର ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ତେଣୁ ଏ ସରକାରକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *