ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ବିବାଦ

ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ବିବାଦ

ଆସନ୍ତା 13 ତାରିଖରେ ଝାଡଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତାହା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମାଙ୍କନରେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ । ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ । କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ । ଜେଏମ୍‌ଏମ୍‌ ନେତା ମନୋଜ ପାଣ୍ଡେ କହିଛନ୍ତି , ଜେଏମଏମ୍ କିଛି ଲୁଚାଏ ନାହିଁ । ଆମେ ସବୁ ଦସ୍ତାବିଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ । ସେତେବେଳେ ନିର୍ବାଚନ ଅଧିକାରୀ ଚୁପ୍‌ ବସିଥିବା ବେଳେ ଏବେ ବିଜେପି ନିଜେ ହାରୁଥିବା ଜାଣି ଷଡଯନ୍ତ୍ର କରିଛି ।

author

Related Articles

Leave a Reply

Your email address will not be published. Required fields are marked *