ଆଗକୁ ସାଧାରଣ ନିର୍ବାଚନ ଯାହାକୁ ନେଇ ଝାରସୁଗୁଡାରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପଦ କୁ ନେଇ ଦେଖାଗଲାଣି ବିବାଦ । କିଏ ହେବ ଜିଲ୍ଲା ବିଜେଡି ସଂପାଦକ ଏହାକୁ ନେଇ ଚାଲିଛି ଟଣାଓଟରା । ହଁ ଆଜ୍ଞା ଆମେ କହୁଛୁ ଝାରସୁଗୁଡାର କଥା । ଝାରସୁଗୁଡାରେ କିଏ ପାଇବ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପଦବୀ । ପୂର୍ବରୁ ଜିଲ୍ଲା ସଂପାଦକ ପଦବୀରେ ସ୍ୱର୍ଗତ କିଶୋର ମହାନ୍ତି ଥିଲେ ତାଙ୍କ ଅକାଳ ବିୟୋଗ ପରେ କିଏ ଏହି ପଦବୀ ପାଇବ ତାହାକୁ ନେଇ ଦେଖାଦେଉଛି ବିବାଦ । ବିନା ଜିଲ୍ଲା ସଂପାଦକ ବିନା ଜିଲ୍ଲାରେ ଉପନିର୍ବାଚନ ମଧ୍ୟ ସରିଛି । ତେବେ ଗୋଟିଏ ପଟେ ଅଛନ୍ତି ବିଧାୟିକା ଦୀପାଳି ଦାସଙ୍କ ପ୍ରାର୍ଥୀ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କର ପ୍ରାର୍ଥୀ ଯାହାଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଜିଲ୍ଲା ସାଧାରଣ ସଂପାଦକ ପଦବୀ ପାଇଁ ଦୀପାଳି ଓ ଅଳକାଙ୍କ କ୍ୟାମ୍ଫର ନାମ ଜିଲ୍ଲା ସ୍ତରରୁ ସୁପାରିଶ କରାଯାଇଛି ବୋଲି ଶୁଣାଯାଉଛି । ତେବେ ସୁପ୍ରିମୋ କାହାକୁ ଦାୟିତ୍ୱ ତେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଝାରସୁଗୁଡାରେ ଜିଲ୍ଲା ସଂପାଦକ ପଦ ପାଇଁ ବ୍ରଜରାଜନଗର ବିଧାନସଭାରୁ ଆଇନଜୀବୀ ବିଶ୍ୱନାଥ ନାୟକ ଏବଂ ଝାରସୁଗୁଡା ବିଧାନସଭାରୁ ବରିଷ୍ଠ ଆଇନଜୀବୀ ରଘୁମଣି ପଟେଲ ଦୁହିଁଙ୍କ ମଧ୍ୟରେ କାହାକୁ ସାଙ୍ଗଠାନିକ ପଦବୀ ଦିଆଯିବ ତାହା ଠିକ୍ ହୋଇପାରୁନାହିଁ । ତେବେ ଦେଖିବାକୁ ବାକି ଆଗକୁ କାହାର ହେବ ଜିଲ୍ଲା ସାଧାରଣ ସଂପାଦକ ପଦବୀ ?
You can share this post!
author