ଝାରସୁଗୁଡା ରାଜନୀତିରେ ଆସିବ କି ନୂଆ ମୋଡ ?

ଝାରସୁଗୁଡା ରାଜନୀତିରେ ଆସିବ କି ନୂଆ ମୋଡ ?

ଝାରସୁଗୁଡା ରାଜନୀତିରେ ଆସିବ କି ନୂଆ ମୋଡ । ବଦଳିଯିବ କି ବାଜି । ହଁ ଆଜ୍ଞା, ଏଭଳି କିଛି ଚର୍ଚ୍ଚା ଏବେ ସାଧାରଣରେ ସୃଷ୍ଟି ହୋଇଛି । କାରଣ ଝାରସୁଗୁଡା ନିର୍ବାଚନୀ ଅନିୟମିତତା ମାମଲାରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଆସିଛି ଲାଷ୍ଟ ୱାର୍ଣ୍ଣିଂ । କୋର୍ଟରେ ନିଜ ପକ୍ଷ ରଖିବାକୁ ଟଙ୍କଧରଙ୍କୁ ଶେଷ ସୁଯୋଗ ଦେଇଛନ୍ତି କୋର୍ଟ । ତେବେ ଗତ ନିର୍ବାଚନରେ ହାରିବା ପରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ନିଜ ହାରକୁ ସ୍ୱୀକାର ନକରି ଝାରସୁଗୁଡା ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜ ସତ୍ୟପାଠରେ ମିଛ ତଥ୍ୟ ଦେଇଥିବା ଏବଂ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏହି ମାମଲାକୁ ବିଚାରକୁ ନେଇ ଟଙ୍କଧରଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ । କିନ୍ତୁ ବାରମ୍ବାର ସମନ ଜାରି ହେବା ପରେ ମଧ୍ୟ ଟଙ୍କଧର ତ୍ରିପାଠି ଏହାକୁ ନଜର ଅନ୍ଦାଜ କରିଥିଲେ । ଯାହାକୁ ନେଇ କୋର୍ଟ ଟଙ୍କଧରଙ୍କ ଉପରେ ଖୁବ ବର୍ଷିବା ସହ ତାଙ୍କୁ ନିଜ ପକ୍ଷ ରଖିବାକୁ ଶେଷ ସୁଯୋଗ ଦେଇଥିବା ସୂଚନା ମିଳିଛିା ଏବଂ ଏହି ମାମଲାର ଶୁଣାଣି ନଭେମ୍ବର ୨୫କୁ ରଖିଥିବା ସୂଚନା ରହିଛି । ଏବଂ ଯଦି ଟଙ୍କଧର ଏହାକୁ ମଧ୍ୟ ବେଖାତିର କରନ୍ତି ତେବେ କୋର୍ଟ ଏହି ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । ତେବେ ଗତ ନିର୍ବାଚନରେ ହାରିଥିବା ଅଧିକାଂଶ ପ୍ରାର୍ଥୀ ନିଜ ହାରକୁ ସ୍ୱୀକାର ନକରି ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଝାରସୁଗୁଡା ଏବଂ କଣ୍ଟାବାଞ୍ଜି ବିଧାନସଭା ଅନିୟମିତତା ପ୍ରସଙ୍ଗକୁ ଛାଡିଦେଲେ ଅନ୍ୟ କେଉଁଠାରେ ବି ହାଇକୋର୍ଟ ଏନେଇ କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି । କଣ୍ଟାବାଞ୍ଜି ନିର୍ବାଚନୀ ଅନିୟମିତତା ମାମଲାରେ ଲକ୍ଷ୍ମଣ ବାଗଙ୍କୁ ଶେଷ ନୋଟିସ ଆସିବା ସହିତ ଏବେ କଣ୍ଟାବାଞ୍ଜିର ନିଷ୍ପତ୍ତି ହାଇକୋର୍ଟଙ୍କ ହାତରେ ରହିଥିବା ସୂଚନା ରହିଛି । ଆଉ ଏବେ ଝାରସୁଗୁଡା ନିର୍ବାଚନ ଅନିୟମିତତା ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଲାଷ୍ଟ ୱାର୍ଣ୍ଣିଂ ଦିଆଯାଇଛି । ତେବେ ଦେଖାଯାଉ ନଭେମ୍ବର ୨୫ ରେ ଟଙ୍କଧର ନିଜ ପକ୍ଷ ରଖୁଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *