ଝାରସୁଗୁଡା ରାଜନୀତିରେ ଝଡ ମୁହାଁମୁହିଁ ଦୀପାଳି-ଟଙ୍କଧର !

ଝାରସୁଗୁଡା ରାଜନୀତିରେ ଝଡ ମୁହାଁମୁହିଁ ଦୀପାଳି-ଟଙ୍କଧର !

ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି ମୋହନଙ୍କୁ ଟାର୍ଗେଟ କରୁଛନ୍ତି ? ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ବିଧାୟକଙ୍କୁ ୱାର୍ଣ୍ଣିଂ ଦେଉଛନ୍ତି ? ହଁ ଦର୍ଶକବନ୍ଧୁ ଆମେ କହୁଛୁ ବିଜେଡି ନେତ୍ରୀ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ କଥା । ବିଜେଡିର ଶୋଚନୀୟ ପରାଜୟ ସଦମାରୁ ବାହାରି ନିଜର ସଙ୍ଗଠନକୁ ମଜଭୁତ କରିବେ ବ୍ୟସ୍ତ ବିଜେଡିର ଏହି ଆଗଧାଡିର ଯୁବ ନେତ୍ରୀ । ରାଜ୍ୟରେ ବିଜେପି ସରକାର ଗଢିବା ପରେ ଧୀରେ ଧୀରେ ବିଜେଡିର ଗଡ ଭୁଶୁଡିବାକୁ ଲାଗିଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚାକୁ ଝାରସୁଗୁଡାରେ ଭୁଲ ପ୍ରମାଣିତ କରିଛନ୍ତି ଦୀପାଳି । ସର୍ବଦା ସାଧାରଣ ଜନତାଙ୍କ ପାଇଁ ସ୍ୱର ଉଠାଉଥିବା ଦୀପାଲି ଦାସ ନିର୍ବାଚନରେ ହାରିବା ପରେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି । ଏକ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେଡିର ଜଣେ ପାୱାରଫୁଲ ନେତ୍ରୀ ଦୀପାଳି ଦାସ ଦଳରେ କମ ନଜର ଆସିଲେ ମଧ୍ୟ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ନିକଟରେ ରାଜଧାନୀ ଭୁବନେଶ୍ୱରେ ଭରତପୁର ଥାନା କେସ ଉଗ୍ରରୂପ ଧାରଣ କରିଛି ସେ ବାବଦାରେ ଏପର୍ଯ୍ୟନ୍ତ ଦୀପାଳିଙ୍କ କୌଣସି ପ୍ରତିକ୍ରିୟା ନ ମିଳିଲେ ମଧ୍ୟ ଝାରସୁଗୁଡାରେ ଖଣି କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ସୁବିଧା ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କରିଛନ୍ତି । ଯେତେ ଅସୁବିଧା ଆସିଲେ ମଧ୍ୟ ଗରିବଙ୍କ ପାଇଁ ଛିଡା ହୋଇ ନ୍ୟାୟ ମାଗିବେ ଦୀପାଳି ବୋଲି ଗଣମାଧ୍ୟମ ସାମ୍ନରେ କହିଛନ୍ତି । ବିଧାୟିକା ଭାବରେ ଯେତିକି ସକ୍ରିୟ ଥିଲେ ବିରୋଧି ଦଳରେ ବସିବା ପରେ ଫୁଲ ଆକ୍ସନ ମୁଡରେ ରହିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡା ଉପନିର୍ବାଚନ ଜିତିଥିବା ଦୀପାଳି ସାଧାରଣ ନିର୍ବାଚନରେ ହାର ମାନିବା ପରେ ମୋହନ ସରକାରଙ୍କ ନିଦ ହଜାଇବାକୁ ଝାରସୁଗୁଡାରେ ଅଙ୍କ କଶୁଛନ୍ତି । ତେବେ କଥା କଥାରେ ମୋହନଙ୍କୁ ଟାର୍ଗେଟ କରୁଥିବା ଦୀପାଳି ଆଗାମୀ ଦିନରେ ନିଜ ଦଳକୁ ସୃଦୁଢ କରିବା ଦିଗରେ କାର୍ଯ୍ୟରତ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *