ଟଙ୍କା ଦିଅ ଟିକେଟ ନିଅ

ଟଙ୍କା ଦିଅ ଟିକେଟ ନିଅ

24 ନିର୍ବାଚନ ପାଇଁ ଦଳ ମାନଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ପ୍ରଦେଶ କଂଗ୍ରେସ କମିଟି ସତର୍କ କରାଇଛି  । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତି ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା । ଚିଠି ମାଧ୍ୟମରେ କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ସତର୍କ କରାଯାଇଛି । ୨୦୨୪ ନିର୍ବାଚନ ପାଇଁ ଲୋକସଭା ଓ ବିଧାନସଭା ଟିକେଟ ନିର୍ଦ୍ଧାରିତ ସମୟରେ ଏଆଇସିସି ଦ୍ୱାରା ଘୋଷଣା କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *