ଟଳମଳ ହେଲାଣି ଆଇନ ମନ୍ତ୍ରୀଙ୍କ ପଦ !

ଟଳମଳ ହେଲାଣି ଆଇନ ମନ୍ତ୍ରୀଙ୍କ ପଦ !

ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନିଜ ବୟାନବାଜିକୁ ନେଇ ପୁଣି ହରଡଘଣାରେ ପଡିଲେ ଆଇନ ମନ୍ତ୍ରୀ । ହଁ ଆଜ୍ଞା , ସରକାରକୁ ଆସିବା ପରେ ଫୁଲ ଜୋସରେ ରହିଛି ଭାରତୀୟ ଜନତା ପାର୍ଟୀ । କିନ୍ତୁ ଜୋସରେ ଆସି ଯେଉଁସବୁ ବଡ ବଡ ଘୋଷଣା ବିଜେପି ମନ୍ତ୍ରୀ ମାନେ କରୁଛନ୍ତି ତାକୁ ନେଇ ଏବେ ବିଜେପିର ସମସ୍ୟା ବଢି ବଢି ଚାଲିଛି । କିନ୍ତୁ ବିଜେପି ମନ୍ତ୍ରୀମାନଙ୍କ ମଧ୍ୟରୁ ଆଇନ ତଥା ଅବକାରୀ ମନ୍ତ୍ରୀଙ୍କୁ ନେଇ ବେଶି ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ନିଜ ବିଭାଗରେ କଣ ସବୁ ଅସୁବିଧା ରହୁଛି ସେସବୁକୁ ତର୍ଜମା ନକରି ସେ ଅନ୍ୟ ବିଭାଗ ଉପରେ ଫୋକସ କରୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଆଇନ ଏବଂ ଅବକାରୀ ମନ୍ତ୍ରୀ ଭାବରେ ମଦ ଦୁର୍ନୀତି ଉପରେ ତାଙ୍କର ନଜର ରହିବା ଆବଶ୍ୟକ । କିନ୍ତୁ ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣ ଜୀବନ ହରାଇଥିବା ବେଳେ ଆହୁରି ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ମିଳୁଛି । କିନ୍ତୁ ଆଇନ ମନ୍ତ୍ରୀ ଏଦିଗରେ ସେଭଳି କିଛି ଗୁରୁତ୍ୱପୂଣ୍ଣ ପଦକ୍ଷେପ ନେଇନଥିବାରୁ ଏହାକୁ ନେଇ ବିରୋଧୀ ନେତା ଆଇନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ଏବଂ ତାଙ୍କ ଇସ୍ତଫା ଦାବି କରିଛନ୍ତିା ତେବେ କେବଳ ଏଇ ଗୋଟିଏ ଘଟଣା ନୁହେଁ ଶ୍ରୀମନ୍ଦିର ପରିଚାଳନା ବିଭାଗ ଆଇନ ମନ୍ତ୍ରୀଙ୍କ ଅଧିନରେ କାଯ୍ୟ କରିଥାନ୍ତି । କିନ୍ତୁ ମହାପ୍ରଭୁ ଆଡପ ମଣ୍ଡପରୁ ତଳେ ପଡିଯିବା ଘଟଣାରେ କଣ ତଦନ୍ତ ହେଲା କଣ ନାଇଁ ସେ ସମ୍ପର୍କରେ ଆଇନ ମନ୍ତ୍ରୀ କିଛି ଜାଣିନଥିବା ଏବେ ବି ଆଲୋଚନା ହେଉଛି । ସେହପରି ଏଏସଓ ମାଡ ଘଟଣାରେ ମଧ୍ୟ ଆଇନ ମନ୍ତ୍ରୀଙ୍କ ନିରବତା ଏବଂ ଗଭଣ୍ଣରଙ୍କ ସପୋର୍ଟରେ ଯୁକ୍ତି ବାଢିବା ତାଙ୍କୁ ବିପଦ ଆଡକୁ ଠେଲିଦେଇଛି । ଆଉ ଏବେ ଆଇନ ମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କରେ ମୁହଁ ଖୋଲିବାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ଶିକ୍ଷାମନ୍ତ୍ରୀଙ୍କ କଥା ଆଇନ ମନ୍ତ୍ରୀ କିପରି କହିଦେଲେ ତାକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି । ତେବେ ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନଙ୍କର ରାଜନୀତିର ଢେର ଦକ୍ଷତା ଥିବା ବେଳେ କିପରି ସେ ଶାସକ ଦଳରେ ଥାଇ ବି ଏଭଳି ଆଚରଣ କରୁଛନ୍ତି ତାକୁ ନେଇ ଏବେ ଶାସକ ଦଳ ଉପରକୁ ଆଙ୍ଗୁଠି ଉଠୁଛି । ତେବେ ଦେଖାଯାଉ ଏତେ ସବୁ ସମସ୍ୟା ଭିତରୁ କିପରି ଆଇନ ମନ୍ତ୍ରୀଙ୍କୁ ମୋହନ ସରକାର ରକ୍ଷା କରୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *