ଟିଏମସି ନେତ୍ରୀଙ୍କ ଘରେ ସିବିଆଇ

ଟିଏମସି ନେତ୍ରୀଙ୍କ ଘରେ ସିବିଆଇ

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢାଉ । ସୂଚନା ଅନୁଯାୟୀ ସିବିଆଇ ମହୁଆଙ୍କ କୋଲକାତା ଫ୍ଲାଟ ସହ ଅନ୍ୟ ସମ୍ପର୍କିତଙ୍କ ସହ ଚଢାଉ କରାଯାଇଛି । ନିକଟରେ ସିବିଆଇ କ୍ୟାସ୍ ଫର୍ କ୍ୱେରି ମାମଲାରେ ଏକ ମାମଲା ରୁଜୁ କରିଥିଲା, ଯାହା ପରେ ଆଜି ଏହି ଚଢ଼ଉ କରାଯାଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ମୋଇତ୍ରାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରାଥମିକ ତଦନ୍ତର ଫଳାଫଳ ମିଳିବା ପରେ ଲୋକପାଳ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସଭା ସାଂସଦ ଦୁବେ ଅଭିଯୋଗ କରିଛନ୍ତି ଯେ, ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିବାକୁ ମହୁଆ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଥିଲେ ଏବଂ ବଦଳରେ ଗୃହରେ ପ୍ରଶ୍ନ ପଚାରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *