ଟିକେଟ୍ ଆଶାୟୀଙ୍କ ପାଇଁ ୱେବସାଇଟ୍ ଲଞ୍ଚ କଲା କଂଗ୍ରେସ୍

ଟିକେଟ୍ ଆଶାୟୀଙ୍କ ପାଇଁ ୱେବସାଇଟ୍ ଲଞ୍ଚ କଲା କଂଗ୍ରେସ୍

ନିର୍ବାଚନ ପାଇଁ କଂଗ୍ରେସର ସଜବାଜ । କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍ ଯୋଗେ ଆବେଦନ କରିପାରିବେ। ଉଭୟ ବିଧାନସଭା ଓ ଲୋକସଭା ଆସନରେ ଟିକେଟ ପାଇଁ ଆଶାୟୀ ଆବେଦନ କରିପାରିବେ । ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର।

author

Related Articles

Leave a Reply

Your email address will not be published. Required fields are marked *