ଟିକେଟ୍ ମିଳିବା ପୂର୍ବରୁ ପ୍ରଚାର ମୈଦାନରେ ଆଶାୟୀ

ଟିକେଟ୍ ମିଳିବା ପୂର୍ବରୁ ପ୍ରଚାର ମୈଦାନରେ ଆଶାୟୀ

ନିର୍ବାଚନ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିସାରିଲେଣି । ଏମିତିକି ଟିକେଟ୍ ମିଳିବା ପୂର୍ବରୁ ନିଜ ନିଜ ସମର୍ଥକଙ୍କୁ ନେଇ ନିଜ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ମାନେ ପ୍ରଚାର କରୁଛନ୍ତି । ଏପରି ଏକ ଦୃଶ୍ୟ ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅନ୍ୟତମ ଚର୍ଚ୍ଚିତ ଆସନ ଖୋର୍ଦ୍ଧାରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଆଶାୟୀ ଥିବା ବିଜେପି ନେତା କାଳୁ ଖଣ୍ଡାୟତରାୟ ଟିକେଟ୍ ଘୋଷଣା ପୂର୍ବରୁ ହିଁ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରିବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ବିଜେପି ଏଯାଏଁ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କାଳୁଙ୍କ ଏପରି ପ୍ରଚାରକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ଶିବିରରେ କନ୍ଦଳ ତୀବ୍ର ରୂପ ନେଉଥିବା ସାଧାରଣରେ ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *