ଏତେ ଭକ୍ତି ଯେ କହିବା ମୁସକିଲ . ବିଜେପି ଆସିଲେ କାଳେ ପରିବର୍ତନ ଆସେ . ଦେଖନ୍ତୁ ଏତେ ପରିବର୍ତନ ଯେ . କିଏ ଜନତା ଆଉ କିଏ ଜନ ପ୍ରତିନିଧି ବୁଝିହେଉନି .ସାଧାରଣତଃ ଜନତାଙ୍କ ଭଲ ମଧ୍ୟ ବୁଝିବା ପାଇଁ ଜନ ପ୍ରତିନିଧିମାନେ ଥାନ୍ତି .କିନ୍ତୁ ଏଠି ଦୃଶ୍ୟ କିଛି ଅଲଗା ଏଠି ଜନପ୍ରତିନିଧି ହିଁ ଜନାତାଙ୍କୁ ସେବକ କରିଦେଇଛନ୍ତି . ଆଉ ଏହି ଅନ୍ଧ ଭକ୍ତ ମାନେ ନେତାଙ୍କ ପାଦୁକା ନେବାକୁ ବ୍ୟାକୁଳ ହେଉଛନ୍ତି . କଣ କହିବ ପୁରା ପରିବର୍ତନ ହୋଇଛି .ଏଠାରେ କିଛି ଲୋକ ରୁଣ୍ଡ ହୋଇଛନ୍ତି ଆଉ ନେତା ଜଣକ ଆସିବା ପାଇଁ ଅପେକ୍ଷା କରିଛନ୍ତି . ଆଉ ଠିଆ ହୋଇଥିବା ଲୋକମାନେ ବିଜେପିର କପଡା ଗେକରେ ପକେଇଛନ୍ତି ଯେଉଁଥିରେ ପଦ୍ମଚିହ୍ନ ରହିଛି . ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି . ନେତା ଜଣଙ୍କ ଆସିବା କ୍ଷଣି ସେଠାରେ ଥିବା ଲୋକମାନେ ହାତ ପରେ ହାତ ଖୋଇ ଚାଲିଛନ୍ତିି ଆଉ ନେତା ଜଣଙ୍କ ସେମାନଙ୍କ ହାତ ଉପରେ ଚଢ଼ିବାଟ ଚାଲୁଛନ୍ତି . ଆଉ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ନେତା ଜଣଙ୍କୁ ଟିକେବି ଦୟା ନାହିଁ ତାଙ୍କ ବିକେକ ଟିକେବି ବାଧା ଦେଉନି ଲୋକଙ୍କ ହାତ ଉପରେ ବାଟ ଚାଲିବାକୁ . ତେବେ ଏହି ସମୟର ଭିଡିଓ ଟି କେହିଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି .
ଠିକ ସେହିପରି ଏଥର ଆମର ରାଜ୍ୟରେ ପ୍ରଥମ କରି ବିଜେପି ସରକାର କରିଛି . ଆଉ ଯାହା ପ୍ରତିଶୃତି ଦେଇ ସରକାରକୁ ଆସିଥିଲା ଆଉ କଣ କରିଛି ତାହା ଆପଣ ତ ଜାଣନ୍ତି .ବିଜେପି ସବୁ ବେଳେ କୁହେ କି ତାଙ୍କ ଦଳ ଗୋଟିଏ ସାଧାରଣ କର୍ମୀଙ୍କୁ ବି ସମ୍ମାନ ଦିଏ . ଆଉ ଆଗକୁ ଯିବାକୁ ସୁଯୋଗ ଦିଏ ବୋଲି . କିନ୍ତୁ ଏଠି ଦେଖନ୍ତୁ .ଏହେଉଛି ଜେପି ନଡ୍ଡା ଓଡିଶା ଆସିବା ସମୟର ଦୃଶ୍ୟ ଯେଉଁଠାରେ ବଡ଼ି ଗାର୍ଡ ନଡ୍ଡାଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥା ଆପଣ ଦେଖିକି ଯାଣିପାରୁଥିବେ . ଏବେ ଦେଖନ୍ତୁ ଏହି ଦୃଶ୍ୟକୁ ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଂଚ ଉପରେ ଚାଲି ଚାଲି ଆସୁଛନ୍ତି ଆଉ ପୂର୍ବରୁ ସେଠାରେ ବିଜେପି ରାଜ୍ୟ ସମାପତି ମନମୋହନ ସାମଲ ବସିଛନ୍ତି . ଆଉ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବି ସେ ଜାଗାରୁ ଉଠୁନାହଁନ୍ତି .କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇ ଡରିଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି .