ଟିଟଲାଗଡ ପରେ ବଲାଙ୍ଗୀରରେ ଲକର ଖୋଲିବ ଆୟକର ବିଭାଗ !

ଟିଟଲାଗଡ ପରେ ବଲାଙ୍ଗୀରରେ ଲକର ଖୋଲିବ ଆୟକର ବିଭାଗ !

ସରିଲା ଟଙ୍କା ଗଣତି ଏବେ ଚାଲିଛି ସୁନା ଲକର ଖୋଲା । ଟିଟଲାଗଡ ପରେ ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତ୍ତି ସଂପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଆକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେ । ଏହିସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି । ଜବତ ଟଙ୍କା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *