ତେବେ ନିକଟରେ କାର୍ତିକ ବ୍ରତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମି ଥିଲା . .ଅନଲାଇନ ଆବେଦନ ସତ୍ୱେ ମେସେଜ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଥିଲା . ରହଣି ଦାବି କରି ଶୀତ କାକରରେ ରାତି କାଟିଥିଲେ ଶହ ଶହ ଅଣପଞିକୃତ ହବିଷ୍ୟାଳି .ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ପୋଷ୍ଟ କରିଛନ୍ତି . ଆଉ ସେଥିରେ ଲେଖା ହୋଇଛି ବିଭିନ୍ନ ଗଣମାଧମରେ କିଛି ହବିଷ୍ୟାଳି ମାମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ମୁଁ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି .ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ .ପ୍ରଭୁ ଜଗନ୍ନାଥ ଆପଣଙ୍କ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ .ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ କଣ ଚାଲିଛି ତାହା ମୁଖ୍ୟମନ୍ତ୍ରୀ ଟିଭି ଦେଖି ଜାଣୁଛନ୍ତି .
ତେବେ ଚଳିତ ବର୍ଷ ବୃନ୍ଦାବନ ନିବାସରେ ପାଖାପାଖି ୧୩୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଦ୍ୱନ୍ଦ୍ୱ ଯୋଗୁଁ ସେମାନଙ୍କ ମଧରୁ କିଛି ହବିଷ୍ୟାଳି ପଞିକରଣ କରିନଥିବା ବେଳେ ଆଉ କିଛି ହବିଷ୍ୟାଳି ନିଜର ସ୍ଥାନ ନଜାଣିପାରି ପୁରୀ ବୃନ୍ଦାବତୀ ନିବସ ଆଗରେ ଭିଡ଼ ଲଗାଇବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ . ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ଧାରଣା ଦେଇଥିଲେ . ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ .ଜିଲ୍ଲା ପ୍ରଶାସନ ତରଫରୁ ପରେ ସେମାନଙ୍କୁ ବୁଝାସୁଝା କରି ବୃନ୍ଦବତୀ ନିବାସ ତଳମେସମେଂଟକୁ ଅଣପଞିକୃତ ହବିଷ୍ୟାଳିଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା.