ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ !

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ !

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଏହି ନମ୍ବରର ଜର୍ସି ପିନ୍ଧୁଥିଲେ । ସେ ଅବସର ନେବା ପରେ ସେ ପିନ୍ଧୁଥିବା ଜର୍ସି ନମ୍ବରକୁ ମଧ୍ୟ ଅବସର ଦେବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ଯାହାର ଅର୍ଥ ୭ ନମ୍ବର ଲେଖାଥିବା ଜର୍ସି ଏବେ କୌଣସି ଖେଳାଳୀ ପିନ୍ଧିପାରିବେ ନାହିଁ । ୨୦୨୦ ଅଗଷ୍ଟ ୧୫ରେ ଧୋନୀ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଟମ୍ରୁ ଅବସର ନେଇଥିଲେ । ଏବେ ୩ ବର୍ଷ ପରେ ସେ ପିନ୍ଧୁଥିବା ଜର୍ସିକୁ ମଧ୍ୟ ଅବସର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଆଇସିିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଧୋନୀଙ୍କୁ ପୂର୍ବରୁ ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ପିନ୍ଧୁଥିବା ୧୦ ନମ୍ବର ଜର୍ସିକୁ ୨୦୧୭ରେ ଅବସର ଦେଇଥିଲା ବିସିିସିଆଇ । ଏବେ ଯେଉଁମାନେ ନୂଆ ଖେଳାଳି ଭାବେ ଦଳରେ ସାମିଲ ହେଉଛନ୍ତି ଏହି ଦୁଇ ନମ୍ବର ଉପଲବ୍ଧ ହେବ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *