ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେଲେ ଗୌତମ ଗମ୍ଭୀର

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେଲେ ଗୌତମ ଗମ୍ଭୀର

କ୍ରିକେଟ ଜଗତରୁ ଆସିଛି ଏକ ବଡ ଖବର । ଭାରତୀୟ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର । ମୁଖ୍ୟ କୋଚ ଭାବେ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ବିସିସିଆଇ ସମ୍ପାଦକ ଜୟ ଶାହ ଏହି ସୂଚନା ଦେବା ସହ ଗମ୍ଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ କ୍ରିକେଟରେ କ୍ଷୀପ୍ର ପରିବର୍ତ୍ତନ ହେଉଛି । ଗୌତମ ଗମ୍ଭୀର ପରିବର୍ତ୍ତିତ କ୍ରିକେଟକୁ ଅତି ପାଖରୁ ଦେଖିଛନ୍ତି । ଭାରତୀୟ କ୍ରିକେଟର କମାଣ୍ଡ ସମ୍ଭାଳିବାକୁ ଗମ୍ଭୀର ଯୋଗ୍ୟ ଏବଂ ସେ ଏହି ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି ଆଶା କରିଛନ୍ତି ଜୟ ଶାହ । ସେପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଏକ୍ସରେ ଗମ୍ଭୀର ଲେଖିଛନ୍ତି, ଭାରତ ମୋର ପରିଚୟ ଏବଂ ଦେଶକୁ ସେବା ପ୍ରଦାନ କରିବା ମୋ ପାଇଁ ସବୁଠୁ ବଡ ଭାଗ୍ୟ । ଟିମ୍ ଇଣ୍ଡିଆକୁ ଫେରିଥିବାରୁ ମୁଁ ଭାଗ୍ୟଶାଳୀ । ସାରା ଦେଶକୁ ଗର୍ବିତ କରିବା ମୋର ଲକ୍ଷ୍ୟ ବୋଲି ଲେଖିଛନ୍ତି ଗମ୍ଭୀର । ମ୍ୟାନ୍ ଇନ୍ ବ୍ଲୁ କାନ୍ଧରେ ଦେଶର ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ରହିଛି । ମୁଁ ସେହି ସ୍ୱପ୍ନକୁ ସାକାର କରିବାକୁ ପାରୁ ପର‌୍ୟ୍ୟନ୍ତ ଚେଷ୍ଟା କରିବି ବୋଲି କହିଛନ୍ତି ଗମ୍ଭୀର ।

author

Related Articles

Leave a Reply

Your email address will not be published. Required fields are marked *