ଟିମ ଇଣ୍ଡିଆକୁ ଶୁଭେଛା

ଟିମ ଇଣ୍ଡିଆକୁ ଶୁଭେଛା


ଦିନକ ପରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ । ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଛି । ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ | ଗୁଜୁରାଟର ନରେନ୍ଦ୍ରମୋଦି ଷ୍ଟାଡିଅମରେ ଆସନ୍ତା ନଭେମ୍ବର ୧୯ ରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମଧରେ ହେବ କଡା ମୁକାବିଲା | ଏଥିପାଇଁ ଫ୍ୟାନଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା। ରୋହିତ ବ୍ରିଗେଡ୍ ଫୁଲ୍ ଫର୍ମରେ ଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ଆଶା ଏଥର ଆମ ହାତକୁ ଆସିବ ୱାର୍ଲଡ କପ୍ । ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *