ଟ୍ରେଣ୍ଡ କରୁଛି ଲୁଙ୍ଗି ବନାମ ଧୋତି ୱାର

ଟ୍ରେଣ୍ଡ କରୁଛି ଲୁଙ୍ଗି ବନାମ ଧୋତି ୱାର

ରାଜ୍ୟରେ ନିର୍ବାଚନୀ ତାତି ବଢିବା ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଟାଣି ଆଣି ନିର୍ବାଚନୀ ମୁଦ୍ଦା କରୁଛନ୍ତି ରାଜନୈତିକ ଦଳ । କିନ୍ତୁ ଏହାରି ମଧ୍ୟରେ ଏବେ ପୋଷାକକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲଢେଇ ଆରମ୍ଭ ହୋଇଯାଇଛି । ଯେବେ ଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୁଙ୍ଗି ପିନ୍ଧି ନିଜ ଦଳ ପାଇଁ ଭୋଟ ନିବାଦନ କରିଛନ୍ତି ସେବେ ଠାରୁ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି । କେତେ ଜଣ ଏହାକୁ ସପୋର୍ଟ କରିଥିବା ବେଳେ ବିରୋଧୀ ଏହାକୁ କଟାକ୍ଷ କରିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ଏଭଳି ପରିଧାନକୁ କଟାକ୍ଷ କରିଥିଲେ । ନବୀନଙ୍କୁ ଲୁଙ୍ଗି ବଦଳରେ ପାଇଜାମା ପିନ୍ଧାଇଥିଲେ ଭଲ ହୋଇଥାନ୍ତା ବୋଲି ଝାରସୁଗୁଡାର ଏକ ଜନସଭାରେ କହିଥିଲେ । ସେପଟେ ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ଏହାର ଜବାବ ରଖିଥିଲେ ବିଜେଡି ନେତା । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୁଙ୍ଗି ପିନ୍ଧି ତାଙ୍କ କଟାକ୍ଷର କଡା ଜବାବ ଦେଇଥିଲେ । ଏପରିକି ଡ୍ରେସ କୋଡ ପଛର ଯୁକ୍ତି ବାଢି ବୁଣାକାରମାନଙ୍କୁ ସମର୍ଥନ ସହ ଓଡିଶାର ପରମ୍ପରା ଓ ସଂସ୍କୃତିର କଥା ବଖାଣିଥିଲେ । କିନ୍ତୁ ଏତିକିରେ ଏ ଚର୍ଚ୍ଚା ଶାନ୍ତ ପଡିନି । ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ସୋସିଆଲ ମିଡିଆରେ ଲୁଙ୍ଗିକୁ ନେଇ ଟ୍ରୋଲ କରିବା ସହ ଲୁଙ୍ଗି କଣ ଆମ ସଂସ୍କୃତି ବୋଲି ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଫଟୋ ପୋଷ୍ଟ କରି ଲୁଙ୍ଗି ନୁହେଁ ଧୋତି ଆମ ଓଡିଶାର ସ୍ୱାଭିମାନ ଏବଂ ଅସ୍ମିତାର ପରିଚୟ ବୋଲି ଅନେକ ବିଜେପି ନେତା ମତବ୍ୟକ୍ତ କରିଛନ୍ତି । ଏହା ସହ ଲୁଙ୍ଗି ତାମିଲନାଡୁ ଲୋକ ପିନ୍ଧନ୍ତି ବୋଲି କହି ରାଜ୍ୟର ପୁରୁଖା ନେତାମାନେ ପୂର୍ବରୁ ଧୋତି ପରିଧାନ କରୁଥିଲେ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ତେବେ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରାଜନୀତିରେ ଏହି ଲୁଙ୍ଗି ପ୍ରସଙ୍ଗ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *