ଟ୍ରେନ ଆଗରେ ଛିଡା ହୋଇ ପ୍ରତିବାଦ କଲେ ଲୋକେ

ଟ୍ରେନ ଆଗରେ ଛିଡା ହୋଇ ପ୍ରତିବାଦ କଲେ ଲୋକେ

ଟ୍ରେନ ଆଗରେ ଛିଡା ହୋଇ ପ୍ରତିବାଦ କରୁଛନ୍ତି ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ତାପଙ୍ଗ ରେଳ ଷ୍ଟେସନରେ । ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଅଟକି ରହିଛି । ପଲାସା-କଟକ ପାସେଞ୍ଜର ଟ୍ରେନକୁ ଲୋକେ ଅଟକାଇଛନ୍ତି । ବଗି ସଂଖ୍ୟା ବୃଦ୍ଧି ଦାବିରେ ଟ୍ରେନ୍ କୁ ଅଟକ ରଖାଯାଇଛି ।

ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାଇଥାନ୍ତି ଏହି ଅଞ୍ଚଳର ଲୋକ । ଏଥିପାଇଁ ସେମାନେ ପଲାସା-କଟକ ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି । ହେଲେ ଟ୍ରେନରେ ବଗି ସଂଖ୍ୟା କମ୍ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ବଗି ପାଇଁ ବାରମ୍ବାର କହିଥିବା ସତ୍ତ୍ୱେ ତାର ଫଳ ନ ମିଳିବାରୁ ବାଧ୍ୟ ହୋଇ ଟ୍ରେନକୁ ଅଟକାଇଛନ୍ତି ଲୋକେ ।

author

Related Articles

Leave a Reply

Your email address will not be published. Required fields are marked *