ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ |

ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ |

କାମାକ୍ଷାନଗର:ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି |ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବଡଝରା ଗ୍ରାମର ସାରଙ୍ଗ ସାହୁ |ସୂଚନା ମୁତାବକ ସାରଙ୍ଗ ଗତ କାଲି ଅପରାହ୍ନ ରୁ ଘରୁ ବାହାରି କେଉଁଆଡେ ଚାଲି ଯାଇଥିବା ବେଳେ, ପରିବାର ଲୋକ ତାଙ୍କ ସନ୍ଧାନ ପାଇନଥିଲେ |ତେବେ ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଟ୍ରେନ ଲାଇନ ନିକଟରେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ |ଏ ନେଇ ପୋଲିସ କୁ ଜଣାଇବା ପରେ, ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି |

author

Related Articles

Leave a Reply

Your email address will not be published. Required fields are marked *