ଟ୍ରେନ ରୁ ଖସିପଡ଼ି ଦାଦନ ଶ୍ରମିକ କ ମୃତ ।

ଟ୍ରେନ ରୁ ଖସିପଡ଼ି ଦାଦନ ଶ୍ରମିକ କ ମୃତ ।

ସୋରଡା:ଗଞ୍ଜାମ

ଗଞ୍ଜାମ ଜିଲ୍ଲା ସୋରଡାବଡଗଡ ଥାନା କଳାଖାଡି ଗ୍ରାମର ସୁଶାନ୍ତ ସ୍ୱାଇଁ ଙ୍କ ଟ୍ରେନରୁ ଖସିପଡି ମୃତ୍ୟୁ । ସୂଚନା ମୁତାବକ କଳାଖାଡ଼ି ଗ୍ରାମର ଉଦୟ ସ୍ବାଇଁ ଙ୍କ ପୁଅ ସୁଶାନ୍ତ ସ୍ବାଇଁ ଗୁଜରାଟ ସୁରଥ ରୁ ନିଜ ଗ୍ରାମ କୁ ଫେରୁଥିବା ବେଳେ ବିଳାସପୁର ନିକଟ ସିଗମା ଷ୍ଟେସନ ଠାରେ ଟ୍ରେନ ରୁ ଖସିପଡ଼ି ମୃତୁ ହୋଇଥିବା ସୂଚନା ମିଳିଛି। ସୁଶାନ୍ତ ଦୀର୍ଘ ବର୍ଷ ଧରି ସୁରତ ର ଏକ ସୂତାକଳ ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିଛି ଜରୁରୀ କାମ ଥିବାରୁ ସେ ଗତ 5 ତାରିଖ ରେ ଘରକୁ ଫେରୁଥିଲେ କିନ୍ତୁ ଗତ କାଲି ଟ୍ରେନ ଦୃଘଟଣା ରେ ମୃତୁ ହୋଇଥିବା ଖବର ଆସିବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଘଟଣା ସ୍ଥଳରେ ରେଳବାଇ ପୋଲିସ୍ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *