ଟ୍ୱିନ ସିଟିରେ କଲବଲ କରୁଛି ଘନ କୁହୁଡି

ଟ୍ୱିନ ସିଟିରେ କଲବଲ କରୁଛି ଘନ କୁହୁଡି

ଟ୍ୱିନ ସିଟିରେ ଜାରି ରହିଛି ଘନ କୁହୁଡିର ପ୍ରଭାବ । ଘନ କୁହୁଡି ଯୋଗୁଁ କଟକ ଓ ଭୁବନେଶ୍ୱରରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୧୦୦ ମିଟର ଆଗକୁ କିଛି ଦେଖାଯାଉନାହିଁ । ଆସନ୍ତା ୨ ଦିନ ପଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ କୁହୁଡି କଲବଲ କରିବ । ଘନକୁହୁଡି ନେଇ ପାଗିପାଗ କେନ୍ଦ୍ର ଆଲର୍ଟ ମଧ୍ୟ ଜାରି କରିଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *