ବିରୋଧୀ ଦଳ ନେତା ପଟ୍ଟନାୟକଙ୍କୁ ହାଲୁକାରେ ନେଉଥିଲା ବିଜେପି । ଠିକ୍ ସମୟ ଦେଖି ଉଚିତ୍ ଜବାବ ଦେଲେ ନବୀନ । ୨୦୨୪ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ଏବେ ପ ର୍ଯ୍ୟନ୍ତ ବିରୋଧୀ ଦଳ ନେତା ନବୀନ ପଟ୍ଟନଙ୍କଙ୍କୁ ବିଭିନ୍ନ କ୍ଷେତ୍ରରେ ବିଜେପି
ଏବଂ କଂଗ୍ରେସ ଉଭୟ କଡା ସମାଲୋଚନା କରିଆସିଛନ୍ତି । ସେ ଓଡିଆ କହିବାକୁ ନେଇ ହେଉ ଅବା ରାଜ୍ୟର ବିକାଶରେ ଅବହେଳାକୁ ନେଇ ହେଉ ଅବା ଦଳରେ ଜଣେ ନେତାଙ୍କ ଉପରେ ଆଖି ବୁଜି ଭରଷା କରିବାକୁ ନେଇ ହେଉ । ବିଜେପି ନେତା ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ଟାର୍ଗେଟ କରିବାକୁ ଗୋଟିଏ ବି ମଉକା ହାତ ଛଡା କରୁନାହାନ୍ତି । କିନ୍ତୁ ବିଜେପିକୁ କାଉଣ୍ଟର କରିବାକୁ ନବୀନ ସଙ୍ଗେ ସଙ୍ଗେ ଏହାର ଜବାବ ଦେଉନାହାନ୍ତି । ସ୍ଥାନ କାଳ ପାତ୍ର ଦେଖି ବିଜେପି ନେତାଙ୍କୁ କଡା ଜବାବ ଦେଉଛନ୍ତି ନବୀନ । ଯାହାର ଆଉ ଏକ ଝଲକ ଏବେ ଦେଖିବାକୁ ମିଳିଛି ।
ତେବେ ନବୀନ ବିଧାନସଭା ଆସୁନଥିବା, ଓଡିଆ କହୁନଥିବାକୁ ମୁଦ୍ଦା କରି ବିଜେପି ନିଜକୁ ବାହା ବାହା ଦେଉଛି । କିନ୍ତୁ ଗତ ବିଧାନସଭା ଅଧିବେଶନ ଗୁଡିକରେ ନବୀନ ବିଧାନସଭା ଆସିବା ସହିତ ସବୁ କିଛି ନିଜେ ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ବିଧାନସଭାରେ ଇଂରାଜୀ ସହିତ ସ୍ପଷ୍ଟ ଓଡିଆରେ ଭାଷଣ ଦେଇ ନବୀନ ବିଜେପିର ମୁହଁବନ୍ଦ କରିଦେଇଛନ୍ତି । କେବଳ ଏତିକି ନୁହେଁ , ମୋହନ ସରକାରରେ ରାଜ୍ୟର ଅବସ୍ଥାକୁ ନେଇ ମଧ୍ୟ ନବୀନ ନିଜ ସ୍ୱର ଉଠାଉଛନ୍ତି । ରାଜନୀତିରେ ଆକ୍ଟିଭ ରହି ସରକାରଙ୍କୁ ଆଇନା ଦେଖାଉଛନ୍ତି ନବୀନ । ରାଜ୍ୟର ବଜେଟ ଏବଂ ରାଜ୍ୟବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ନବୀନ ଷ୍ଟାଣ୍ଡ ନେଉଛନ୍ତି । ଯାହାକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯ।।ଉଛି ।
