କଣ ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତି କି ? ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି କେତେ ଉପକାରୀ ଆପଣ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି କେତେ ଲାଭବାନ୍ ।
ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୀବନଶୈଳୀକୁ ନେଇ ଜଡ଼ିତ ଏହି ରୋଗର ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦିଷ୍ଟ ଉପଶମକାରୀ ଔଷଧ ଆବିଷ୍କାର ହୋଇ ପାରିନାହିଁ। କେବଳ ଖାଦ୍ୟପେୟରେ କଟକଣା ମାଧ୍ୟମରେ ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ମଧୁମେହ ରୋଗୀ କ’ଣ ଖାଇବେ ଓ କ’ଣ ନ ଖାଇବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ…
ମଧୁମେହରେ ଜାମୁକୋଳି କିପରି ଲାଭଦାୟକ:-
ଜାମୁକୋଳି ମଞ୍ଜି: ଜାମୁକୋଳି ମଞ୍ଜିରେ ଜାମ୍ବୋଲିନ୍ ନାମକ ଏକ ଯୌଗିକ ଥାଏ, ଯାହାର ମଧୁମେହ ବିରୋଧୀ ଗୁଣ ରହିଛି। ଏହି ଯୌଗିକ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଜାମୁକୋଳି ପତ୍ର: ଜାମୁକୋଳି ପତ୍ର ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ। ଆହୁରି ମଧ୍ୟ ଜାମୁକୋଳି ପତ୍ରରେ ଆଣ୍ଟିହାଇପରଲିପିଡେମିକ୍, ଆଣ୍ଟିହାଇପରଗ୍ଲିସେମିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମିଳିଥାଏ। ଯେଉଁ କାରଣରୁ ରକ୍ତରେ ଶର୍କରା ନିୟନ୍ତ୍ରିତ ହୁଏ, ଏହାର ପତ୍ର ଅକ୍ସିଡେଟିଭ୍ ଚାପ ଏବଂ ପ୍ରଦାହକୁ ମଧ୍ୟ ହ୍ରାସ କରିଥାଏ।
ଜାମୁକୋଳି: ଜାମୁକୋଳି ଇନସୁଲିନ୍ ବୃଦ୍ଧିରେ ସାହାଯ୍ୟ କରେ, ଯାହା ଗ୍ଲୁକୋଜକୁ ସହଜରେ କୋଷରେ ପ୍ରବେଶ କରିବାକୁ ଦେଇଥାଏ ଏବଂ ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। ଏଥିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରକ୍ତରେ ଶର୍କରା ଅବଶୋଷଣକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ। ଏହା ଫଳରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ।