ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଦାଦାଗିରି । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ । ରାଗିଯାଇ ରୋଗୀଙ୍କ ପ୍ରେସକ୍ରିପ୍ସନ ଫାଡିଲେ ଡାକ୍ତର । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ଅସଭ୍ୟ ଭାଷା ରେ ଗାଳି କଲେ ଡାକ୍ତର । ଡାକ୍ତର ଶୁଭମ୍ ଚୌଧୁରୀ ଙ୍କ ନାମରେ ଅଭିଯୋଗ । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ମେଡିକାଲ ରୁ ତଡିଦେଇଥିବା ଅଭିଯୋଗ । ସୂଚନା ଅନୁଯାୟୀ ବୌଦ୍ଧ ସହର ବଗିଚା ସାହି ର ସନ୍ତୋଷ ପଟ୍ଟନାୟକ ରକ୍ତ ଚାପ ଜନିତ ରୋଗ ରେ ଆକ୍ରାନ୍ତ ଥିବା ବେଳେ ଗତକାଲି ମେଡିକାଲ ରେ ଡିସ ଚାର୍ଜ ହୋଇ ଘରକୁ ଯାଇଥିଲେ ଏବଂ ଆଜି ପୁଣି ରାତିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ଏବଂ ଡାକ୍ତର ଙ୍କୁ ରକ୍ତ ଚାପ ରୋଗ ଅଛି ଏବଂ ବୋଧହୁଏ ରକ୍ତଚାପ ବଢ଼ିଯାଇଛି ଟିକେ ଦେଖି ଦିଅନ୍ତୁ କହିବାରୁ ରାତି ରେ ଡ୍ୟୁଟି ରେ ଥିବା ଡାକ୍ତର ଶୁଭମ୍ ଚୌଧୁରୀ ତାଙ୍କୁ ରାତି ରେ ରକ୍ତ ଚାପ୍ ଦେଖାଯାଏ ନାହିଁ ବୋଲି କହିବା ସହିତ ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ ରୋଗୀ ଙ୍କ ପ୍ରେସକ୍ରିପ୍ସନ କୁ ମଧ୍ୟ ଫାଡି ଦେଇ ଫିଙ୍ଗି ଦେଇଥିଲେ । ରୋଗୀ ଙ୍କ ଝିଅ ଏବଂ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଡାକ୍ତର ନିଜ ଚୌକି ରୁ ରାଗରେ ଉଠିଯାଇ ତାଙ୍କ ମାଡ ମାରିବାକୁ ହାତ ଉଠାଇଥିଲେ ବୋଲି ରୋଗୀ ଙ୍କ ଝିଅ ଅଭିଯୋଗ କରିଛନ୍ତି । ତେବେ ରାତି ରେ ରୋଗୀ ଙ୍କ ଚିକିତ୍ସା ପାଇଁ ନିଯୁକ୍ତି ଥିବା ଡାକ୍ତର ଯଦି ରୋଗୀ ଙ୍କୁ ଏଭଳି ଭାବେ ବ୍ୟବହାର ଦେବେ ଏବଂ ମେଡିକାଲ ରୁ ବାହାରି ଯିବାକୁ କହିବା ସହିତ ସୁରକ୍ଷା କର୍ମୀ କୁ ଲଗାଇ ତାଙ୍କୁ ବାହାରକୁ ବାହାର କରିଦେବେ ତେବେ ଏଭଳି ଡାକ୍ତର କିଭଳି ରୋଗୀ ଙ୍କ ସେବା କରିବେ ଏବଂ ରୋଗୀ ଙ୍କ ଚିକିତ୍ସା କରିବେ । ତେବେ ଏଭଳି ଡାକ୍ତର ଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରୋଗୀ ଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024