ଡାକ୍ତର ଅପହରଣ ପଛରେ କିଏ ?

ଡାକ୍ତର ଅପହରଣ ପଛରେ କିଏ ?

କନ୍ଧମାଳ ଜିଲ୍ଲା ଟିକାବାଲି ଭୋଇ ସାହିର ଯୁବ ଡାକ୍ତର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟକରୁଥିଲେ l ସୂଚନା ମୁତାବକ ଡାକ୍ତର ଅମ୍ଳାନ ଭୋଇ ଗତ କାଲି ରାତିରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମିଳିଥିବା ସରକାରୀ ବାସଭବନ ରେ ରହି ବିଗତ( 6 )ମାସ ହେବ ରୋଗୀସେବା କରିଆସୁଥିଲେ l ଏହି ପରିପେକ୍ଷୀ ରେ ଗତ ତା- 01/06/2024 ରିଖ ଶନିବାର ରାତ୍ର ପ୍ରାୟ 10 ଘଂଟିକା ସମୟ ରୁ ଡାକ୍ତର ଅମ୍ଳାନ ଭୋଇ ଙ୍କୁ କୌଣସି ଦୁର୍ବୁତ୍ତ ଅପହରଣ କରି ନେଇଥିବା ଜଣା ପଡ଼ିଛି l ଯାହାରୀ ଫଳରେ ଅମ୍ଳାନ ଙ୍କ ବାପା ମାଁ ଖବର ଶୁଣି ଅଚେତା ହୋଇ ପଡ଼ିଥିଲି। ବାପା ଅବନି ଭୋଇ ଜଣେ ଛୋଟ ବ୍ୟବସାୟୀ ହୋଇଥିବା ବେଳେ ଓ ମାଆ ଟିକାବାଲି ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଭାବରେ କାର୍ଯ୍ୟ କରୁଛନ୍ତି l ବାପା ମାଆ ପୁଅ ଅମ୍ଳାନ କୁ ପାଠ ପଢ଼େଇ ଡାକ୍ତର କରିବାର ସ୍ବପ୍ନ କୁ ସାକାର କରି ରାଜ୍ୟ ସରକାର ଙ୍କ ଦାୟିତ୍ୱ କୁ ପାଳନ କରି ଜନ ସେବା କରିବା ପାଇଁ ପଠାଇ ଥିଲେ l ଏଭଳି ଅପହରଣ ଘଟଣା ଶୁଣି ବାପା ମାଆ ଦୁଃଖ ରେ ଭାଙ୍ଗି ପଡିଛନ୍ତି l
ଏଣୁ ବାପା ମାଆ ରାଜ୍ୟ ସରକାର, ମାଲକାନଗିରି ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ଏବଂ ସ୍ଥାନୀୟ ଟିକାବାଲି ଥାନା ରେ ଏକ ଲିଖିତ ଅଭିଯୋଗ କରି, ପୁଅ କିପରି ସୁରକ୍ଷିତ ଭାବ ରେ ନିଜ ବାପା ମାଆ କୁଳ କୁ ଫେରିବ ସେଥିପାଇଁ ସମସ୍ତ ଙ୍କ ଆଗରେ ଗୁହାରି କରୁଥିବା ଜଣା ପଡିଛି l ଏଭଳି ଏକ ଡାକ୍ତର ଅପହରଣ ଘଟଣାକୁ ନେଇ ଟିକାବାଲି ଅଞ୍ଚଳ ବାସୀଙ୍କୁ ଚକିତ କରିଦେଇଛି l

author

Related Articles

Leave a Reply

Your email address will not be published. Required fields are marked *