ଡାୟଲିସିସ ସେଣ୍ଟର ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ବିଭୂତି ଜେନା

ଡାୟଲିସିସ ସେଣ୍ଟର ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ବିଭୂତି ଜେନା

ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁର ଏବଂ ଶ୍ରୀରାମ ଦାସ ଅଗ୍ରୱାଲ ମେମୋରିଆଲ୍ ମିଳିତ ସହାୟତାରେ ଏବଂ ଗ୍ଲୋବାଲ୍ ଗ୍ରାଣ୍ଡ ମିନାକ୍ଷୀ ହସ୍ପିଟାଲ୍, ବ୍ଲୁହ୍ମପୁର ଠାରେ ରୋଟାରି ଡାଇଲେସିସେ ସେଣ୍ଟର କୁ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଦ୍ବାରା ଉଦ୍ଘାଟିତ କରାଯାଇଛି । ଏହି ସମାରୋହରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ରୋଟାରି ଜିଲ୍ଲା ୩୨୬୨ର ଗଭର୍ଷର ଶ୍ରୀ ୟଜ୍ଞାଶୀଷ ମହାପାତ୍ର, ବ୍ରହ୍ମପୁର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ, ରୋଟାରୀ କ୍ଲବର ସଭାପତି ଆର.ଏଲ. ତରୁଣ, ସମ୍ପାଦକ କେ.ଭି. ଜି.ରବି କୁମାର, ଶ୍ରୀରାମ ଦାସ ଅଗ୍ରୱାଲ ମେମୋରିଆଲ ଟ୍ରଷ୍ଟ୍ ତରଫରୁ ପିଡ଼ିଜି ଶ୍ରୀ ଅଜୟ ଅଗ୍ରୱାଲ ଉପସ୍ଥିତ ଥିଲେ। ଏହି ସେଣ୍ଟରରେ ଗରିବ ଲୋକମାନଙ୍କ ପାଇଁ ସୁଲଭ ଦରରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଏହି ସମାରୋହରେ ରୋଟାରିକ୍ଲବ୍ର ସଭ୍ୟ ମିହିର ପାଣିଗ୍ରାହି, ସତ୍ୟକାମ ପାତ୍ର, ଅଜୟ କୁମାର, ପ୍ରଦ୍ୟୁମ୍ନ ବିଷୋୟୀ, କି.ଭି. ରାମ କୁମାର,ସତ୍ୟନାରାୟଣ,ମଧୁସ୍ମିତା ସାହୁ ଅନ୍ୟ ସଦସ୍ୟ ମାନଙ୍କ ସହିତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *