ଡିଆଇଇଟି ଅଧ୍ୟକ୍ଷଙ୍କ ବିରୁଧରେ ନିର୍ଯାତନା ଅଭିଯୋଗ

ଡିଆଇଇଟି ଅଧ୍ୟକ୍ଷଙ୍କ ବିରୁଧରେ ନିର୍ଯାତନା ଅଭିଯୋଗ

ରାୟଗଡ଼ା ଜିଲ୍ଲା ବିଷମକଟକସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି ଆଇ ଇଟି ) ଅଧକ୍ଷଙ୍କ ବିରୁଧରେ ଛାତ୍ର ଛାତ୍ରୀ ଆଣିଥିବା ସଂଗୀନ ଅଭିଯୋଗର ତଦନ୍ତ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ l ଜିଲ୍ଲାପାଳ ସତ୍ୟବାନ ମହାଜନ ଙ୍କ ନିର୍ଦେଶରେ ଉପଜିଲ୍ଲାପାଳ କିରଣ ଦୀପ କୌର ଓ ଚାରି ଜଣିଆ ଟିମ ଡି ଆଇ ଇଟି ରେ ପହଞ୍ଚି ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି। ଉପଜିଲ୍ଲାପାଳ ଛାତ୍ରୀନିବାସ ବୁଲି ଦେଖିବା ସହ ସି ସି କ୍ୟାମେରା ଯାଞ୍ଚ କରିଛନ୍ତି l ପ୍ରଶିକ୍ଷଣ ର ଛାତ୍ର ଛାତ୍ରୀ, ବିଦ୍ୟାଳୟ ଅଧ୍ୟାପକ, ହଷ୍ଟେଲ ୱାଡେନ ଏବଂ ଅଧକ୍ଷଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ ଉପଜିଲ୍ଲାପାଳ l ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବା ପରେ ଏ ଦିଗରେ ପଦକ୍ଷପ ଜିଲ୍ଲାପାଳ ନେବେ ବୋଲି ସୂଚନା ମିଳିଛି l ତଦନ୍ତ ଟିମରେ ସମାଜ ମଙ୍ଗଳ ଅଧିକାରୀ ପ୍ରତିମା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠି, ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ବିଷମକଟକ ତହସିଲଦାର ସହ ପ୍ରମୁଖ ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *