ଡିଜେ ପାଇଁ କଟକଣା

ଡିଜେ ପାଇଁ କଟକଣା

ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ବଜାଇବାକୁ ନିୟମ ରହିଛି | ବିବାହ ଶୋଭାଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ଡ଼ିସିପିଙ୍କଠାରୁ ଅନୁମତି ଆଣିବାକୁ ପଡିଥାଏ | ଏହାର ଶବ୍ଦରେ ଯେଭଳି କୌଣସି ଅଭିଯୋଗ ନ ଆସିବ ସେଥିପାଇଁ ସଜାଗ ରହିବା ସହ ବିଳମ୍ବିତ ରାତିରେ ଡିଜେ ବଜାଇବା ଉପରେ କଟକଣା ରହିଛି | ସରକାରୀ ନିୟମ ଅନୁସାରେ ଡିଜେର ସାଉଣ୍ଡ-୬ ଡିବି ରହିଥିବା ବେଳେ ବିଭିନ୍ନ ପରିସ୍ତିତିକୁ ନଜରରେ ରଖି ଏହାକୁ ପରିଚାଳନା କରାଯାଇଥାଏ | ସେହିପରି ହୋଟେଲ କିମ୍ବା କର୍ପୋରେଟ ହାଉସରେ ବିଭିନ୍ନ ଇଭେଣ୍ଟ ପାଇଁ ପିପିଏଲ, ଆଇପିଆରଏସ ଏବଂ ନୋବେକ୍ସ ଲାଇସେନ୍ସ ଆବଶ୍ୟକ ହୋଇଥାଏ |

କାରଣ ଯେଉଁମାନେ ଇଭେଣ୍ଟ ଆୟୋଜନ କରିଥାନ୍ତି, ଉକ୍ତ ଇଭେଣ୍ଟର କପି ରାଇଟ ୟୁଟ୍ୟୁବରେ ପ୍ରସାରଣ ହେବା ପରେ ବିଭିନ୍ନ ପ୍ରଯୋଜକ ସଂସ୍ଥା ପକ୍ଷରୁ ଅଭିଯୋଗ ସହ ଫାଇନ ଆଦାୟ କରାଯାଇଥାଏ | ସେମାନଙ୍କ ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଉପଲବ୍ଧ ରହିବା ସହ ଇଭେଣ୍ଟ ଉପରେ ମଧ୍ୟ ନଜର ରଖିଥାନ୍ତି | ଯେଉଁ ଗୀତଗୁଡିକ ଇଭେଣ୍ଟରେ ପରିବେଷଣ କରାଯାଇଥାଏ, ଉକ୍ତ ପ୍ରଯୋଜକ ସଂସ୍ଥା ଏହା ଉପରେ ଫାଇନ କରିଥାନ୍ତି | ତେଣୁ ଏହି ୩ଟି ଲାଇସେନ୍ସ ନିହାତି ଜରୁରୀ ହୋଇଥାଏ | ତେବେ ବିବାହକୁ ବାଦ ଦେଲେ କଲେଜ, ଇନଷ୍ଟିଚ୍ୟୁଟ, ହୋଟେଲ ଓ କର୍ପୋରେଟ ହାଉସର ଇଭେଣ୍ଟ ସାରା ରାତି ମଧ୍ୟ କରାଯାଇଥାଏ | ଏଥିପାଇଁ କୌଣସି ସମୟ ସୀମା ନ ଥାଏ |

author

Related Articles

Leave a Reply

Your email address will not be published. Required fields are marked *